ବିଶେଷ ଅଭିଯାନ କାର୍ଯ୍ୟକ୍ରମ “ଆସ ଖୋଜିବା” – ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

19

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଆସ ଖୋଜିବା-ଏକ ବିଶେଷ ଅଭିଯାନ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସରକାରୀ ଯୋଜନାରେ ବ୍ଲକରେ ରହିଥିବା ବିଭିନ୍ନ ବର୍ଗର ହିତାଧିକାରୀ କିପରି ମଧୁବାବୁ ପେନସନ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ଜାତୀୟ ପରିବାର କଲ୍ୟାଣ ଯୋଜନା, ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଆଶୀର୍ବାଦ ଯୋଜନା, ମମତା ଯୋଜନା,ପୋଷଣ ଯୋଜନା,ସ୍କୁଲ ଡ୍ରପଆଉଟ୍ ଛାତ୍ର ଛାତ୍ରୀ, ବାଲ୍ୟ ବିବାହ, ବିଦ୍ୟାର୍ଥୀ କୁ ବୃତ୍ତି ପ୍ରଦାନ , ରକ୍ତହୀନତା ଓ କୁପୋଷଣ ରୁ ରକ୍ଷା କରିବା, ଶିଶୁ, କିଶୋର, କିଶୋରି, ଗର୍ଭବତୀ ମହିଳାଙ୍କୁ ସ୍ଵାସ୍ଥ୍ୟ ଉପଯୋଗୀ ଖାଦ୍ୟ ପ୍ରଦାନ କରିବା, ଭିନ୍ନକ୍ଷମ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା,ବିକଳାଙ୍ଗ ଭତ୍ତା, ବିଷୟରେ ସରକାରୀ ପ୍ରକ୍ରିୟାକରଣ ସୂଚନା ଓ ସରକାରୀ ଗାଇଡ ଲାଇନ୍ ବିଷୟରେ ହିତାଧିକାରୀ କିପରି ଦସ୍ତାବିଜ୍ ତିଆରି କରି ଯୋଜନାର ସୁବିଧା ଲାଭ କରିବେ ସେ ନେଇ ଆଲୋଚନା କରାଯାଇଥିଲା | ଏହି ଯୋଜନା ରେ ହିତାଧିକାରୀ ଖୋଜିବା ନିମନ୍ତେ ସର୍ଭେ କରାଯିବ | ଏହି ବୈଠକରେ ବିଡିଓ ଶରତ ମାଝି, ସିଡିପିଓ ଗୀତାଞ୍ଜଳି ମହାରଣା, ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଯୋଗାଣ ନିରିକ୍ଷକ ସୀତାକାନ୍ତ ରାଉତ, ଗ୍ରାମପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଧିକାରୀ ଡା. ସାରସ୍ଵତ ସାହୁ, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ, ଅଙ୍ଗନୱାଡି ସୁପରଭାଇଜର ପ୍ରଣମିତା ପଟ୍ଟନାୟକ, ରୋଜାଲିନ ପ୍ରଧାନ, କୁନମୁନ ସେନାପତି, ବିମଳା ନାୟକ, ସାଇରା ବାନୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାକର ମୁଦୁଲି, ପର୍ଶୁରାମ ମାଳୀ, ଅର୍ଜୁନ ଭତ୍ରା, ସମସ୍ତ ଗ୍ରାମରୋଜଗାର ସେବକ ସେବିକା, ଯୋଗାଣ ସହାୟକ ଏବଂ ସମସ୍ତ ଅଙ୍ଗନୱାଡି କର୍ମୀ ମାନେ ଯୋଗ ଦେଇ ତାଲିମ ନେଇଥିଲେ | ଉକ୍ତ କାର୍ଯ୍ୟକ୍ରମ କୁ କାର୍ଯ୍ୟକାରୀ ସହାୟକ ଅମୂଲ୍ୟ ଦଲାଇ ପରିଚାଳନା କରିଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More