ବିଶେଷଜ୍ଞ କମିଟି ( ଶିଶୁ ସୁରକ୍ଷା ) ଉପ କାରାଗାର ସୋନପୁର ଓ ଵୀରମହାରାଜପୁର ପରିଦର୍ଶନ

13

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :-ଓଡିଶା ସରକାରଙ୍କ ଗୃହ ବିଭାଗ ଦ୍ୱାରା ମନୋନୀତ ବିଶେଷଜ୍ଞ କମିଟି ( ଶିଶୁ ସୁରକ୍ଷା ) ଓ ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ଉପକାରାଗାର ସୋନପୁର ଓ ବୀରମହାରାଜପୁର ପରିଦର୍ଶନ କରିଛନ୍ତି l ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା କୁମୁଦିନୀ ମୁଦୁଲିଙ୍କ ତତ୍ତ୍ୱlବଧାନ ରେ କମିଟିର ସଦସ୍ୟ ପ୍ରଫେସର ନୀଳାମ୍ବର ଶତପଥି, ରାଜୀବ ଲୋଚନ ଗୁରୁ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରୀ ଶ୍ରୀ କେଶବ ଚନ୍ଦ୍ର ମେହେର ପ୍ରମୁଖ ଉକ୍ତ ଉପ କାରାଗାରକୁ ପରିଦର୍ଶନ କରିଥିଲେ l ଏହି ଅବସରରେ କମିଟି ପକ୍ଷରୁ କାରାଗାରର ଅନ୍ତେବାସୀଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଆଇନ ବ୍ୟବସ୍ଥାକୁ ନେଇ ଆଇନ ସହ ଦ୍ଵନ୍ଦରେ ଥିବା ଶିଶୁଙ୍କୁ ଚିହ୍ନଟ କରାଯାଇ ଥିଲା କିନ୍ତୁ ଏଥିରେ କୌଣସି ଆଇନ ସହ ଦ୍ଵନ୍ଦରେ ଥିବା ଶିଶୁ ପାଇ ନଥିଲେ l ଉକ୍ତ ପରିଦର୍ଶନ ସମୟରେ ଅନ୍ତେବାସୀଙ୍କ ସହିତ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା l ଉଭୟ ଉପ କାରାଗାର ତଥା ସୋନପୁର କାରାଗାର ର ଭାରପ୍ରାପ୍ତ ଅଧ୍ୟକ୍ଷ ଡିଲେଶ୍ଵର ଜେନା ଓ ବୀରମହାରାଜପୁର କାରାଗାରର ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ପଟେଲ ପରିଦର୍ଶନ ସମୟରେ ଉପସ୍ଥିତ ରହି ଉକ୍ତ କମିଟିକୁ ସହଯୋଗ କରିଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଊଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More