ବିଶିଷ୍ଟ ଶିଶୁ ସାହିତ୍ୟକ ନଦିଆ ବିହାରୀ ମହାନ୍ତିଙ୍କ ପରଲୋକ

16

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ବିଶିଷ୍ଟ ଶିଶୁ ସାହିତ୍ୟକ ଏବଂ ବରିଷ୍ଠ ବେତାର ପ୍ରଶାସକ ନଦିଆ ବିହାରୀ ମହାନ୍ତି ଆଉ ନାହାନ୍ତି । ଗତକାଲି ଅପରାହ୍ନରେ ମଙ୍ଗଳାବାଗର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ଗତ ୨ ଦିନ ତଳେ ଜଣାପଡିଥିଲା, ସେ କରୋନା ଆକ୍ରାନ୍ତ ବୋଲି । ହସ୍ପିଟାଲରେ ଚିକିତ୍ସା ସମୟରେ ତାଙ୍କର ଦେହାନ୍ତ ଘଟିଛି । ସ୍ଵଗତ ମହାନ୍ତି ଜଣେ ଲୋକପ୍ରିୟ ଶିଶୁ ସାହିତ୍ୟିକ ରୂପେ ଓଡ଼ିଶାର ଘରେ ଘରେ ପରିଚିତ । ଆକାଶବାଣୀ କଟକ କେନ୍ଦ୍ରର , ଶିଶୁ ଓ କିଶୋର ବିଭାଗର ପ୍ରଯୋଜକ ଥିବା ସମୟରେ, ତାଙ୍କର ପ୍ରଯୋଜନା ଏବଂ ଉପସ୍ଥାପନାରେ ଅନେକ ଶିଶୁ କାର୍ଯ୍ୟକ୍ରମ ତାଙ୍କୁ ଶ୍ରେଷ୍ଠ ପ୍ରସାରକର ସମ୍ମାନ ପ୍ରଦାନ କରିଥିଲା । ଆକାଶବାଣୀ ପାଇଁ ସେ ଅନେକ ଗୀତ ରଚନା କରିଯାଇଛନ୍ତି । ତାଙ୍କ ରଚିତ ଶିଶୁ ସଙ୍ଗୀତ ଶ୍ରୋତା ମହଲରେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲା । ଅନେକ ଶିଶୁ ସାହିତ୍ୟ ରଚନା କରି ସେ ନିଜର ସ୍ଥିତି ପ୍ରତିଷ୍ଠିତ କରିଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ତାଙ୍କୁ ଶିଶୁ ସାହିତ୍ୟିକ ଭାବେ ସମ୍ମାନିତ ଏବଂ ପୁରସ୍କୃତ କରାଯାଇଥିଲା । ସେ ଏକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଜଣେ ରଙ୍ଗମଞ୍ଚ କଳାକାର ଭାବେ ମଧ୍ୟ ତାଙ୍କର ଅବଦାନ ଅନାସ୍ବୀକାର୍ଯ୍ୟ । “ଧ୍ରୁବତାରା” ନାମକ ଏକ ଅନୁଷ୍ଠାନ ପ୍ରତିଷ୍ଠା କରି ଓଡ଼ିଆ ସାହିତ୍ୟ ଏବଂ ସଂସ୍କୃତି ର ପୁନରୁତ୍ଥାନ ପାଇଁ ଅନେକ କାର୍ଯ୍ୟ କରିଯାଇଛନ୍ତି । ବିଶେଷ କରି ପ୍ରତ୍ୟକ ବର୍ଷ ହୋଲି କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ହାସ୍ୟରସକୁ ଗୁରୁତ୍ୱ ଦେଇ ଏକ ଦୁଖମୁକ୍ତ ସମାଜ ଗଠନ କରିବାକୁ ଚେଷ୍ଟିତ ଥିଲେ । ତାଙ୍କର ବିୟୋଗ ଏମିତି ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ଯାହା କେବେବି ପୁରଣ ହେବା ସମ୍ଭବ ନୁହେଁ । ଓଡ଼ିଆ ପ୍ରସାରଣ ଇତିହାସରେ , ସେ ଥିଲେ ଏକ ମୁକୁଟବିହୀନ ସମ୍ରାଟ । ତାଙ୍କର ମୃତ୍ୟୁ ରେ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଅମରଆତ୍ମା ଉଦେଶ୍ୟ ରେ , ଆମେ ଶ୍ରଦ୍ଧାଞ୍ଜଳି ଜଣାଉଛୁ । ବ୍ୟୁରୋ ରିପୋର୍ଟ, ସଂଘର୍ଷ ନ୍ୟୂଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More