ବିଶିଷ୍ଟ ମହିଳା ସମାଜସେବୀ ସଂଗ୍ରାମୀ ରବି ମାଝୀଙ୍କ ପୁତ୍ରବଧୂ ଶ୍ରୀମତୀ ନୟନା ମାଝୀଙ୍କ ଦେହ ଅସୁସ୍ଥ:ଭେଟିଲେ କଂଗ୍ରେସ ଜିଲ୍ଲା ସଭାପତି
ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ କୋଇଲାରି ଗ୍ରାମ ପଞ୍ଚାୟତ ସଦର ମହକୂମା ରେ ସ୍ଵାଧୀନତା ସଂଗ୍ରାମୀ ରବି ସିଂ ମାଝୀ ଙ୍କ ଘର l ସେ ସ୍ୱାଧୀନତା ସଂଗ୍ରାମ ରେ ଯୋଗ ଦେଇ ଟୁରୀ ନଦୀ ପାପଡାହାଣ୍ଡି ଠାରେ ସହିଦ୍ ହୋଇ ଥିଲେ l ଏଇ ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଲଢ଼ୁଆ ନେତାଙ୍କ ପ୍ରଚେଷ୍ଟା ଓ ଇଂରେଜମାନଙ୍କ ଗୁଳିରେ ସହିଦ୍ ହୋଇ ସ୍ଵାଧୀନତା ଆଣିଥିବା ପରିବାର ସହିଦ୍ ସ୍ଵାଧୀନତା ସଂଗ୍ରାମୀ ରବି ସିଂଙ୍କ ପୁତ୍ର ବଧୁ ବିଶିଷ୍ଟ ମହିଳା ସାମାଜ ସେବୀ ଗାନ୍ଧୀ ବାଦୀ ତଥା ନବରଙ୍ଗପୁର ଭୂମିପୁତ୍ରୀ ସମ୍ମାନ ପାଇଥିବା ଏବଂ ମାଟିର ଶ୍ରେଷ୍ଠ ମା ସମ୍ମାନ ପ୍ରାପ୍ତ ସାମାଜ ସେବୀ ଶ୍ରୀମତୀ ନୟନା ମାଝୀ ଙ୍କ ଦେହ ଅସୁସ୍ଥ ଖବର ପ୍ରକାଶିତ ହେବା ପରେ କଂଗ୍ରେସ ଜିଲ୍ଲା ସଭାପତି ମୁନା ତ୍ରିପାଠୀ ଓ ତାଙ୍କ ସହଧର୍ମିଣୀ ମହିଳା ସାମାଜସେବୀ ଶ୍ରୀମତୀ କାଦମ୍ବିନୀ ତ୍ରିପାଠୀ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ତାଙ୍କ ନିକଟରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ l ତାଙ୍କର ଆରୋଗ୍ୟ କାମନା କରିଥିଲେ ମା ଭଣ୍ଡାରଘରଣୀ ଓ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ନିକଟରେ l ସେ ନବରଙ୍ଗପୁର ଜିଲ୍ଲାର ସମସ୍ତଙ୍କ ସହିତ ସୁପରିଚିତ ଥିବାରୁ ସମସ୍ତେ ତାଙ୍କ ସ୍ୱାସ୍ଥ୍ୟ ଖୁବ ଶୀଘ୍ର ଆରୋଗ୍ୟ ହେବା ନେଇ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଖରେ ନିବେଦନ କରିଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍