ବିଶିଷ୍ଟ ଚିତ୍ରଶିଳ୍ପୀଙ୍କୁ ଜଗତସିଂହପୁର ମାଟି ଝୁରୁଛି

259

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : – ଜଗତସିଂହପୁର ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନାଙ୍କ ରାଜ୍ୟସ୍ତରୀୟ ୮୭ ତମ ଜୟନ୍ତୀ ଉତ୍ସବ ଓଡ଼ିଶା ଲଳିତକଳା ଏକାଡ଼େମୀ , ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନା ସୃତି ସଂସଦଙ୍କ ମିଳିତ ଆନୁକୁଲ୍ୟରେ ପ୍ରଭୁ ଚରଣ ଜେନା ସ୍ମୃତି ସଂସଦ ସଭାପତି ପ୍ରସିଦ୍ଧ ନାଟ୍ୟକାର ଡ଼ଃ କୈଳାଶ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ସ୍ତାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ମାନ୍ୟବର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ ଚିତ୍ରଶିଳ୍ପୀ ସ୍ୱର୍ଗତ ଜେନାଙ୍କ ଜୀବନଚର୍ଯ୍ୟା ,ଓ କଳାଜଗତ କୁ ଅବଦାନ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠିତ ଏହି ଜନ୍ମଜୟନ୍ତୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଯୋଗଦେଇଥିବା ବେଳେ ସମ୍ନାନିତ ଅତିଥିଭାବେ ପୌରପରିଷଦ ଅଧକ୍ଷ୍ୟା ଅର୍ଚନା ସିଂ , ଜଗତସିଂହପୁର ବ୍ଲକ ଉପଧକ୍ଷ୍ୟ ରତି ରଞ୍ଜନ ବେହେରା ,ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ,ପୂର୍ବତନ ପୌରାଧ୍ୟକ୍ଷ ତଥା ପ୍ରଭୁ ଚରଣ ଜେନା ସ୍ମୃତି ସଂସଦ କାର୍ଯ୍ୟକାରୀ ସଭାପତି ମଧୁସୂଦନ ସାହୁ,ବରିଷ୍ଠ ଆଇନି ଯିବି ତଥା ସଂସଦ ଉପଦେଷ୍ଟା ଦୋଳଗୋବିନ୍ଦ ଦାସ ପ୍ରମୁଖ ଯୋଗଦେଇ ଶ୍ରୀଜେନାଙ୍କୁ ହରାଇ ସମଗ୍ର ଓଡି଼ଶା ଚିତ୍ରକଳା ଜଗତରେ ଏକ ଶୂନ୍ୟ ସ୍ଥାନ ରହିଗଲା ଓ ଜଣେ ଦକ୍ଷ ଚିତ୍ରଶିଳ୍ପୀଙ୍କୁ ହରାଇଛି ଓ ଏହି ମହାନ ଶିଳ୍ପୀ ଜଗତ୍‌ସିଂହପୁର ଜିଲ୍ଲା ତଥା ଓଡ଼ିଶା ରାଜ୍ୟପାଇଁ ଗର୍ବ ଓ ଗୌରବ। ତାଙ୍କର ସ୍ମୃତି ଚିରଦିନ କଳା ଜଗତରେ ଅମର ହୋଇ ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।ଜଗତସିଂହପୁରରୁ ପ୍ରଫୁଲ୍ଲ କୁମାର ସାହୁଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More