ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ସଭା ଅନୁଷ୍ଠିତ

29

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲା ବିରିଡି ବ୍ଳକ ଅଳକା ହାଇସ୍କୁଲ ପରିସରରେ ବିଶିଷ୍ଠ ଗାନ୍ଧିବାଦୀ ନେତା ତଥା ସ୍ବାଧୀନତା ସଂଗ୍ରାମୀ ନାରାୟଣ ଦାସଙ୍କ ସ୍ମୃତି ସଭା ବାଲିଆ ନାରାୟଣ ଦାସ ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି କମିଟି ର ସଭାପତି ଶିକ୍ଷାବିତ କିଶୋର ଚନ୍ଦ୍ର ମହାନ୍ତି ଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ତଥା ଶ୍ରମିକ ନେତା ପଞ୍ଚାନନ କାନୁନଗୋ ଯୋଗ ଦେଇ ସଂଗ୍ରାମୀ ନାରାୟଣ ଦାସ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିବା ସହ ଜଣେ ସାଲିସ ବିହୀନ ସଂଗ୍ରାମୀ ନେତା ଥିଲେ।ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ରବି ଦାସ ଯୋଗଦେଇ କହିଥିଲେ ଅଳକା ମାଟିର ସୁଯୋଗ୍ୟ ସନ୍ତାନ ନାରାୟଣ ଦାସଙ୍କ ଭାରତ ମୁକ୍ତି ସଂଗ୍ରାମ ଭଳି ଆଉ ଏକ ସଂଗ୍ରାମର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥିଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁସାନ୍ତ କୁମାର ମହାନ୍ତି ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ସ୍ମୃତି ଚାରଣ ସଭାରେ ଅରବିନ୍ଦ ଦାସ, କମଲଜିତ ଦାସ ,ଅରୁଣ କୁମାର ଦାସଙ୍କ ସମେତ ବହୁ ମାନ୍ୟଗଂଣ୍ୟ ବ୍ୟକ୍ତି, ଯୋଗଦେଇ ସ୍ବାଧୀନତା ସଂଗ୍ରାମୀ ନାରାୟଣ ଦାସ ଙ୍କ ଜୀବନୀ ଉପରେ ଆଲୋଚନା କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ।ଏହି ଅବସରରେ ଅତିଥି ମାନଙ୍କ ଦ୍ୱାର ଏକ ସ୍ମରଣୀକା ସ୍ଥିତ ପ୍ରଜ୍ଞା ଉନ୍ମୋଚିତ ହୋଇଥିଲା।ଉକ୍ତ ସ୍ମରଣୀକାରେ ପ୍ରକାଶିତ ପ୍ରସଙ୍ଗ ଗୁଡିକ ସଂଗ୍ରାମୀ ଦାସଙ୍କ ସମ୍ପର୍କରେ ଅନେକ କିଛି ଦେବା ସହ ଦେଶ ମାତୃକା ପ୍ରତି ଥିବା ଅଙ୍ଗୀକାର ସ୍ପଷ୍ଟ ବାରି ହୋଇ ପଡିଛି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More