ନାଉଗାଁ(ସଂଘର୍ଷ ମିଡିଆ ) : – ଆଜି ସ୍ବାର୍ଗତ ବିଷ୍ଣୁ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ନାଉଗାଁ ବ୍ଲକର ବିଜୁ ଛାତ୍ର ଦଳର କର୍ମୀମାନେ ପ୍ରଥମେ ଶିଖରଘାଟ ଦେବୀନଦୀ କୂଳରେ ସମୂହ ତିଳତର୍ପଣ କରିଥିଲେ।ପରେ ନାଉଗାଁ ବଜାର ସ୍ଥିତ କାଦମ୍ବିନୀ ମଣ୍ଡପରେ ବିଶାଳ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଅଛି।ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ମୋଟ ୮୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଏହି ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ମୂଳ ଲକ୍ଷ୍ୟ ହେଉଛି ସାରା ରାଜ୍ୟରେ ରକ୍ତର ଯେପରି ଅଭାବ ଦେଖା ଦେବନି ତତ୍ ସହିତ ରକ୍ତର ଅଭାବରେ ରୋଗୀଟିଏ ଯେପରି ଅସୁବିଧାର ସମ୍ମୁଖୀନ ନହୁଏ ସେଥିପାଇଁ ପ୍ରତେକ ଜିଲ୍ଲା ସହିତ ବ୍ଲକ ଏବଂ ପଞ୍ଚାୟତ ମାନଙ୍କରେ ଉତ୍ସାହିତ ଯୁବକ ଛାତ୍ର ଙ୍କ ସହିତ ସମସ୍ତ ବର୍ଗର ଜନସାଧାରଣ ଙ୍କ ସହଯୋଗରେ ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା l ପରେ ପରେ ସେହି ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି , ବଡ଼ମ୍ବା ବିଧାୟକ ଅତନୁ ସବ୍ୟସାଚୀ ନାୟକ,ବ୍ଲକ ବିଜେଡ଼ି ସଭାପତି ସୁଜିତ୍ କୁମାର ମଲ୍ଲିକ, କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ,ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ ଓ ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ ପାଢି ଛାତ୍ର ବିଜେଡ଼ିର ଜିଲ୍ଲା ଉପ ସଭାପତି ଆଲୋକ ରଞ୍ଜନ ମହାନ୍ତି, ସମ୍ପାଦକ ପୃଥୀରାଜ ମହାନ୍ତି, ବ୍ଲକ ଛାତ୍ର ବିଜେଡ଼ିର ସଭାପତି ଲୋକନାଥ ଦାସ, ଉପ ସଭାପତି ଦିବ୍ୟ ରଞ୍ଜନ ନାୟକ ଓ ସୁଧୀର ଦାସ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ଵର୍ଗତ ଦାସ ଙ୍କ ଜୀବନ ଶୈଳୀ ଉପରେ ଆଲୋଚନା କରିଥିଲେ।