ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ

16

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) : – ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଥାନା ଅନ୍ତର୍ଗତ ପଞ୍ଚାୟତ କଲେଜ ଠାରେ ରାଜ୍ୟ ପୋଲିସ ବିଭାଗର ନିର୍ଦ୍ଧେଶରେ ମୋ ସରକାର ତରଫରୁ ଏକ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିର କୁ ସୁବର୍ଣ୍ଣପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଶୁଭ ଉଦ୍ଘାଟନ କରି ରକ୍ତ ଦାତା ତଥା ଅଞ୍ଚଳ ର ଅନ୍ୟାନ୍ୟ ଅଗ୍ରଣି ସେଚ୍ଛାସେଵୀ ସଂଗଠନ ର କର୍ମକର୍ତ୍ତାଙ୍କୁ ସମ୍ମାନିତ କରି ଉତ୍ସାହିତ କରିଥିଲେ l ଉଲୁଣ୍ଡା ପୋଲିସ କୁ ଏହି ବିଶାଳ ଶିବିର ଆୟୋଜନ ରେ ସହଯୋଗ କରିଥିବାରୁ 6ସମସ୍ତ ଙ୍କୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଏସ ଡି ପି ଓ ଡୋଳାମଣି ଭୋଇ, ଆର ଟି ଓ ରବିନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ ଅତିଥି ଭାବରେ ଉଦଯାପନୀ ଉସ୍ସବ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରଭଣେ ଯୋଗ ଦେଇ ରକ୍ତଦାତା, ସ୍ବେଛାସେବୀ ସଂଗଠନ ତଥା ଉଲୁଣ୍ଡା ଟାଉନ୍ ଥାନା ପୋଲିସ୍ କୁ ରକ୍ତ ଦାନ କ୍ଷେତ୍ର ରେ ଉତ୍କୃଷ୍ଟ ସଫଳତା ହେତୁ ଭୂୟସୀ ପ୍ରଶଂସା କରି ଅଗ୍ରଣୀ ସ୍ବେଛାସେବୀ ସଂଗଠନକୁ ସମ୍ବର୍ଦ୍ଧିତ କରିଥିଲେ । ଏବଂ ବ୍ଲକ ଲେବେଲ ଥାନାରେ ଗ୍ରାମାଞ୍ଚଳ ରେ 509 ୟୁନିଟ ରକ୍ତ ସଂଗ୍ରହ ବିଷୟ ଆଜି ସମସ୍ତଙ୍କୁ ଚକିତ କରିଛି ବୋଲି କହିଥିଲେ l ସୁବର୍ଣ୍ଣପୁର , ବରଗଡ଼, ତଥା ଭିମସା ବୁର୍ଲା ରକ୍ତ କେନ୍ଦ୍ର ର କର୍ମଚାରୀ, ପୋଲିସ ଟିମ , ସ୍ବଚ୍ଛ ଭାରତ ସଂଗଠନ ସୋନପୁର କର୍ମକର୍ତ୍ତା , ରେଜିଷ୍ଟ୍ରେସନ୍, ରକ୍ତ ସଂଗ୍ରହ, ନାମ ପଞ୍ଜିକରଣ,ପ୍ରମାଣପତ୍ର ବଣ୍ଟନ ତଥା ରକ୍ତ ସଂଗ୍ରହ କାର୍ଯରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏସ ଡି ପି ଓ ଡୋଳାମଣି ଭୋଇ, ଓ ଉଲୁଣ୍ଡା ଆଇ ଆଇ ସି ଚନ୍ଦ୍ର ଚୂଡ଼ ସିଂଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ଏହି ମେଗା ରକ୍ତ ଦାନ ଶିବିର ରେ ରକ୍ତ ଦାତା ସଂଗଠନ, ପଶ୍ଚିମ ଓଡିଶା ଯୁବା ମଞ୍ଚ, ଓଡ଼ିଶା ଡ୍ରାଇଭର ମହା ସଂଘ ଉଲୁଣ୍ଡା ଶାଖା, ଉଲୁଣ୍ଡା ଯୁବ ମହାସଂଘ, ରଘୁନାଥ ଯୁବା କ୍ଲବ, ଜଗନ୍ନାଥ କ୍ଲବ କୋଟ ସମଲେଇ, ଉଲୁଣ୍ଡା ବଜରଙ୍ଗ ଦଳ, ମେଟାକାନି ମହିଳା କଲେଜ, ଉଲୁଣ୍ଡା ପଞ୍ଚାୟତ ସମିତି କଲେଜ, ରମେଶ ପ୍ରସାଦ ଡିଗ୍ରୀ କଲେଜ, ବଣିକ ସଂଘ, ଉଲୁଣ୍ଡା ରାଇସ ମିଲ ୟୁନିୟନ, ଅଗ୍ନିଶମ ବାହିନୀ, ଫରେଷ୍ଟ ବିଭାଗ, ଟାଟା ପାୱାର କର୍ମଚାରୀ, ଚନ୍ଦ୍ର ମଣି ଦାଶ ଯୁବକ ସଂଘ, ଆମ ପୋଲିସ ସମିତି, ବ୍ଲକ ସ୍ତରୀୟ ସମସ୍ତ ସରପଞ୍ଚ , ଙ୍କ ସହଯୋଗ ରେ ଆଜି ଏ ବିଶାଳ ଶିବିର ସଫଳ ହୋଇ ଓଡିଶା ର ସମସ୍ତ ରେକର୍ଡକୁ ବ୍ରେକ କରିଛି l ଆମ ପୋଲିସ ସଭାପତି ନରେନ୍ଦ୍ର ଆଚାର୍ଯ୍ୟ, ଜ଼ିଲ୍ଲା ହାବିଲଦାର ସଂଘ ସଭାପତି କୁମୁଦ ରଞ୍ଜନ ମେହେର, ସମ୍ପାଦକ ସୁଦଂlଶୁ ମେଂଡେଲି, ଜ଼ିଲ୍ଲା ପୋଲିସ ରକ୍ତ ସଂଯୋଜକ ମନୋଜ ପଣ୍ଡା, ଓ ସାମ୍ବାଦିକ ତଥା ସୋନପୁର ସ୍ୱଚ୍ଛ ଭାରତ କୋଡିନେଟର ମନୋରଞ୍ଜନ ତ୍ରିପାଠୀ ଏହି ଶିବିର ଓ ଉଭୟ ସମ୍ବର୍ଦ୍ଧିତ ସଭା ସଂଯୋଜନା କାର୍ଯ୍ୟକ୍ରମ ପରିଚାଳନା ରେ ସମ୍ପୂର୍ଣ ସହଯୋଗ କରିଥିଲେ ଓ ଥାନା ର ସମସ୍ତ କର୍ମଚାରୀ ପ୍ରମୁଖ ଶୃଙ୍ଖଳା ରକ୍ଷା କରିଥିଲେ । ଶେଷ ରେ ଆରକ୍ଷୀ ନିରୀକ୍ଷକ ପ୍ରଦ୍ୟୁମ୍ନ ପଟେଲ ରକ୍ତ ଦାତା ଓ ସ୍ବେଛାସେବୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ରାଜ୍ୟ ଡ୍ରାଇଭର ମହାସଙ୍ଘର ଉଲୁଣ୍ଡା ର ସଭ୍ୟ ଆଦିକନ୍ଦ ଦେହୁରୀ ଚକ୍ଷୁଦାନ ପାଇଁ ଆଜି ସଭାରେ ଏସପି ଙ୍କ ଆଗରେ ଘୋଷଣା କରି ଅଙ୍ଗ ଦାନ ପାଇଁ ଆଗାମୀ ଯୁବ ପିଢୀ ଙ୍କୁ ପ୍ରେରଣା ଦେଇଥିଲେ l ଆଜି ର ଏହି ମେଗା ଉସ୍ସବ ରେ ଗୋଟାଏ ବାହାଘର ଉସ୍ସବ ଭଳି ସମସ୍ତ ରକ୍ତ ଦାତା ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା l ଆଜିର ସମୁଦାୟ 509 ୟୁନିଟ ରକ୍ତ ରୁ ସୋନପୁର ବ୍ଲଡ଼ ବ୍ୟାଙ୍କ କୁ 150 ୟୁନିଟ, ବରଗଡ଼ ସରକାରୀ ରକ୍ତ କେନ୍ଦ୍ର କୁ 129 ୟୁନିଟ, ଓ ବୁର୍ଲା ମେଡିକାଲ ରକ୍ତ କେନ୍ଦ୍ର କୁ 230 ୟୁନିଟ ରକ୍ତ ପ୍ରଦାନ କରାଯାଇଛି। ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More