ବିଳମ୍ବିତ ରାତ୍ରିରେ ମଦ୍ରାସା ଛାଡିଲେ ୬ ନାବାଳକ , ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର

12

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବସ ଷ୍ଟାଣ୍ଡ ନିକଟରୁ ଆଜି ଭୋରୁ ଭୋରୁ ବିହାର କରଡ଼ିଆ ଅଂଚଳର ୬ ନାବାଳକ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର । ନାବାଳକ ମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ପୋଲିସକୁ ଜିମା ଦେଇଥିଲେ। ଘଟଣାରୁ ପ୍ରକାଶ ଯେ, ସେମାନେ ଗତ ୧୫ ଦିନ ହେବ ନିଶ୍ଚିନ୍ତକୋଇଲି ସୁକର ପଡ଼ା ଠାରେ ଥିବା ଏକ ମଦ୍ରାସା ଠାରେ ନାବାଳକଙ୍କୁ, ପରିବାର ଲୋକେ ପାଠ ପଢିବା ପାଇଁ ଛାଡି ଥିଲେ। ହେଲେ ଗତକାଲି ବିଳମ୍ବିତ ରାତ୍ରିରେ ସେମାନେ ମଦ୍ରାସା ଛାଡି ଦୀର୍ଘ ୭/୮ କିଲୋମିଟର ବାଟ ଚାଲି ଚାଲି ପଳାଇ ଆସି ନିଶ୍ଚିନ୍ତକୋଇଲି ବସ୍ ଷ୍ଟାଣ୍ଡରେ ପହଁଚି ଥିଲେ। ସେମାନଙ୍କ କହିବା ମୁତାବକ ପାଠ ପଢିବା ପାଇଁ ମନ ଲାଗୁ ନ ଥିଲା ବେଳେ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରିବାକୁ ମଦ୍ରାସା ପରିଚାଳନା ପକ୍ଷରୁ କଥାବାର୍ତ୍ତା କରିବାକୁ ଦିଆ ଯାଉନଥିଲା। ତେଣୁ କେଉଁ କାରଣ ପାଇଁ ବିଳମ୍ବିତ ରାତିରେ ନାବାଳକ ମାନେ ମଦ୍ରାସା ଛାଡିଲେ ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ । ଏପଟେ ବସ୍ତି ସର୍ଦାର ଏବଂ ମଦ୍ରାସାର ସମ୍ପାଦକଙ୍କ କହିବା ଅନୁଯାୟୀ ଛାତ୍ର ମାନଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ବେଳେ କାହିଁକି ରାତିରେ ପଳାଇ ଆସିଲେ ତାହା ଜଣା ପଡିନାହିଁ। ଏପଟେ ଛାତ୍ର ମାନଙ୍କର ସୁରକ୍ଷା ଏବଂ ହେପାଜତକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଯଦି ଏହି ମାଦ୍ରାସାରେ ପିଲାଙ୍କ ପାଠ ପଢ଼ା ପାଇଁ ଅନ୍ୟ ରାଜ୍ୟରୁ ଛାତ୍ର ଆସୁଛନ୍ତି ତେବେ କିଭଳି ଅନୁଷ୍ଠାନ ପକ୍ଷରୁ ଅଣଦେଖା କରାଯାଉଛି ଛାତ୍ର ମାନଙ୍କର ସୁବିଧା ସୁଯୋଗକୁ ? ନହେଲେ ଅତି କୋମଳମତୀ ନାବାଳକ ଏତେ ରାତିରେ ମାଦ୍ରାସା ଛାଡିଲେ ଆଉ ଦୀର୍ଘ ୭/୮ କିଲୋମିଟର କଟକ -କେନ୍ଦ୍ରାପଡାର ମୁଖ୍ୟ ରାସ୍ତାରେ ଚାଲି ଚାଲି ଆସିଥିଲେ ? ଏବେ ନିଶ୍ଚିନ୍ତକୋଇଲି ପୋଲିସ ପକ୍ଷରୁ ନାବାଳକ ପରିବାରଙ୍କୁ ଯୋଗାଯୋଗ କରାଯାଇଛି। ନାବାଳକଙ୍କ ଅଭିବାବକ ଆସିଲା ପରେ ଛାତ୍ର ମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ନିଶ୍ଚିନ୍ତକୋଇଲି ପୋଲିସ ପକ୍ଷରୁ ସୂଚନା। କଟକରୁ ନାରାୟଣ ଭୂୟାଁଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More