କଟକ(ସଂଘର୍ଷ ମିଡିଆ) : – ଗତକାଲି ବିଳମ୍ବିତ ରାତ୍ରରେ ବହୁ ମୂଲ୍ୟବାନ ଅଷ୍ଟଧାତୁର କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଓଜନର ମୂର୍ତ୍ତି ମନ୍ଦିରରୁ ଚୋରୀ। ଯାହାର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହା ଏକ ମଂଦିରରୁ ମୂର୍ତ୍ତି ଚୋରଙ୍କ ରାକେଟ ବୋଲି ଜଣାପଡୁଛି। ଏଭଳି ବିରଳମୂର୍ତ୍ତି କେଉଁଠାରେ ଦେଖିବାକୁ ମିଳେନାହିଁ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ବଟେଶ୍ୱର ମା ଭଗବତୀଙ୍କ ମନ୍ଦିରରେ।ବହୁ ପୁରାତନ ଭଗବତୀଙ୍କ ମନ୍ଦିରରେ ପୂଜାପାଆନ୍ତି ମା ଭଗବତୀ। ଏହି ମନ୍ଦିରରେ ବହୁ ପୁରାତନ ଓ ମୂଲ୍ୟବାନର ଦେବୀ ଓ ପାର୍ଶ୍ଵ ଦେବାଦେବୀ ପୂଜା ପାଆନ୍ତି। ଏବେ ଏହି ପୀଠରେ ମାଙ୍କ ନବରାତ୍ର ପୂଜା ବେଶ ଆଡ଼ମ୍ବରରେ ଚାଲିଛି। ଗତକାଲି ବିଳମ୍ବିତ ରାତ୍ରରେ ମାଙ୍କ ନବରାତ୍ର ପୂଜା ସାରି ପୂଜକ ମାନେ ମନ୍ଦିର ପହଡ଼ପକାଇ ଯିବାପରେ କେହି ଦୁର୍ବତ ମନ୍ଦିରର ତାଲାକାଟି ୩ଗୋଟି ବହୁ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ଚୋରୀ ହୋଇଛି ।ଆଜି ଭୋର ସମୟରେ ମନ୍ଦିରକୁ ମାଙ୍କ ନବରାତ୍ର ପୂଜା କରିବାକୁ ଯିବା ବେଳେ କବାଟ ଭାଙ୍ଗି ଚୋରିହୋଇଯାଇଥିବା ଦେଖିବାକୁ ପାଇଥିଲେ। ମନ୍ଦିରଭିତରୁ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଓଜନର ଅଷ୍ଟଧାତୁର ପଞ୍ଚମୁଖୀ କାଳୀମୂର୍ତ୍ତି, ଲଷ୍ମୀମୂର୍ତ୍ତି ଓ ଚନ୍ଦ୍ରଶେଖର ମୂର୍ତ୍ତି ଚୋରୀ ହୋଇଯାଇଛି। ଏହି ତିନିଗୋଟି ମୂର୍ତ୍ତିର ଆନୁମାନିକମୂଲ୍ୟ ୩କୋଟିରୁ ଉର୍ଦ୍ଧ୍ବହେବବୋଲି ଯାହା ଜଣାପଡୁଛି। ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥାନାରେ ଅଭିଯୋଗକରାଯିବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତଆରମ୍ଭ କରୁଛି। ଏ ପର୍ଯ୍ୟନ୍ତ ପୋଲିସ କାହାରିକୁ ଧରିବାପରେ ସକ୍ଷମ ହୋଇନାହିଁ।