ବିଳମ୍ବିତ ରାତିରେ ଆନ୍ଦୋଳନକାରୀ ନେତାଙ୍କୁ ଉଠାଇନେଲା ମାଲକାନଗିରି ପୋଲିସ

13

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : -ଗତ ୧୦ ତାରିଖ ରେ ହୋଇଥିବା ଏନକାଉଣ୍ଟର ରେ ମୃତ ଧନ କମାରଙ୍କ ପରିବାର ନ୍ୟାୟ ଦେବା ଦାବିରେ ଗତକାଲି ଠାରୁ ୩୨୬ ନଂ ଜାତୀୟରାଜପଥ ଅବରୋଧ କରିଥିଲେ ସର୍ଗୀଗୁଡା ଗ୍ରାମବାସୀ । ସାମାଜିକ କର୍ମି ଶରତ ବୁରଦା ମଧ୍ୟ ଆନ୍ଦୋଳନକାରୀଙ୍କ ସହ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ସାରାରାତି ଧାରଣା ରେ ବସିଥିଲେ ଗ୍ରାମବାସୀ ଏବଂ ପରିବାର ବର୍ଗ । ଭୋର ଚାରିଟାରେ ମୃତ ଧନଙ୍କ ସଂପର୍କୀୟ ଏବଂ ଶରତ ବୁରୁଦାଙ୍କୁ ମାଲକାନଗିରି ପୋଲିସ ଉଠାଇନେଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପରିବାରର କିଛି ମହିଳା ସଦସ୍ୟ ଉପସ୍ଥିତ ଥିବାବେଳେ କିଛି ପୋଲିସ ମଧ୍ୟ ଉପସ୍ଥିତ ଥିବା ଜଣାଯାଇଛି । ସୂଚନା ଯୋଗ୍ୟ ଯେ ଗତକାଲି ମାଲକାନଗିରି ପୋଲିସ ସର୍ଗୀଗୁଡା ଗ୍ରାମରେ ପହଂଚି ପରିବାର ତଥା ଗ୍ରାମବାସୀଙ୍କୁ ଶବ ଆଣିବା ପାଇଁ ବୁଝାଇଥିଲେ । କିନ୍ତୁ ମୃତକ ଜଣକ ମାଓବାଦୀ ନୁହେଁ ବରଂ ଜଣେ ଦିନ ମଜୁରିଆ ତାଙ୍କୁ ନ୍ୟାୟ ପ୍ରଦାନ ସହ ପରିବାରକୁ ସହାୟତା ଦାବି କରିଥିଲେ । ପର ମୂହୁର୍ତ୍ତରେ ଦାବି ପୂରଣ ନହେବାରୁ କତାମେଟା ଠାରେ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ମାଲକାନଗିରିରୁ ଅବଦୁଲ ଗାନି ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More