ବିଲହାଟରେ ଭୋଳି ଏଣ୍ଟରପ୍ରାଇଜେସ ନାମରେ ନୂତନ ସୋରୁମ ଉଦଘାଟିତ

12

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – -ବିଲହାଟ ବଜାରରେ ଭେଙ୍କଟେଶ୍ୱର ସ୍କୁଲ ସାମ୍ନାରେ ଭୋଳି ବାବା ଏଣ୍ଟରପ୍ରାଇଜେସ ନାମରେ ଏକ ନୂର୍ତନ ସୋରୁମ ଉଦଘାଟନ ହେଇଛି । ଆଜିକାଲିର ପିଲାମାନେ ଓ ଯୁବବର୍ଗ ଗାଡି ପ୍ରତି ଆକର୍ଷିତ ହେଉଥିବା ସମୟରେ ଯୁବ ଉଦ୍ୟୋଗୀ ପତିତ ପାବନ ଲେଙ୍କା ବିଭିନ୍ନ ପ୍ରକାରର ସାଇକେଲ ରଖିଛନ୍ତି ତାଙ୍କ ସୋରୁମରେ । ସମସ୍ତ ବର୍ଗର ଲୋକ କିଣିପାରିବେ ତାଙ୍କ ସୋରୁମରୁ ସାଇକେଲ । ସେ ସେଥିପ୍ରତି ଦୃଷ୍ଟି ଦେଇଛନ୍ତି । ଆଜି ଦୋକନର ମାଲିକ ପତିତ ପାବନଙ୍କ ବାପା ଶରତ ଚନ୍ଦ୍ର ଲେଙ୍କା ରିବନ କାଟି ଉଦଘାଟନ କରିଥିଲେ ତାଙ୍କ ପୁଅର ସୋରୁମକୁ । ଏହି ଉଦ୍ଘାଟନୀ ସମାରୋହରେ ସ୍ଥାନୀୟ ଅଞ୍ଚଳର ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ସାମିଲ ହୋଇ ତାଙ୍କ ଅଞ୍ଚଳରେ ପ୍ରତିଷ୍ଠା ହେଇଥିବା ଏହି ନୂର୍ତନ ସୋରୁମ ର ଆବଶ୍ୟକତା ବିଷୟରେ କହିଥିଲେ । ଗ୍ରାହକ ମାନେ କଟକ, ଜଗତସିଂହପୁର , କେନ୍ଦ୍ରାପଡ଼ା ସହରକୁ ଯାଇ ସାଇକେଲଟିଏ ଆଣୁଥୁବାବେଳେ ଏହି ସୋରୁମଟି ତାଙ୍କ ପାଖରେ ହୋଇଥିବାରୁ ଖୁସୀ ବ୍ୟକ୍ତ କରିଥିଲେ । ଏହି ସୋରୁମରେ ସାଇକେଲ ବ୍ୟତୀତ ବିଭିନ୍ନ ପ୍ରକାରର ସିଲାଇ ମେସିନ, ଛୋଟ ପିଲାଙ୍କ ପାଁଇ ବ୍ୟାଟେରୀ ଚାଳିତ ଗାଡି, ଇ- ବାଇକ ଭଳି ବିଭିନ୍ନ ପ୍ରକାରର ଖେଳନା ଗାଡି ମଧ୍ୟ ଉପଲବ୍ଧ ଅଛି । ଏହି ସୋରୁମରେ ଉଷା,ଜେମିନି,ସିଙ୍ଗର,ଜ୍ୟାକ ଆଦି ବ୍ରାଣ୍ଡ ର ସିଲେଇ ମେସିନ ଥିବାବେଳେ ହିରୋ,ହରକୁଲେସ,ବିଏସଏ,ଟାଟା, ଏଭନ,ଭିଭା ଆଦି ବ୍ରାଣ୍ଡ ର ସାଇକେଲ ଉପଲବ୍ଧ ଅଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More