ରାଉରକେଲା (ସଂଘର୍ଷ ମିଡିଆ) : – ଆସନ୍ତା ବର୍ଷ ହେବାକୁ ଥିବା ଆନ୍ତର୍ଜାତୀୟ ହକି ବିଶ୍ବକପ ସକାସେ ତିଆରି ହେଉଥିବା ବିର୍ସାମୁଣ୍ଡା ହକି ଷ୍ଟାଡିୟମକୁ ପରିଦର୍ଶନ କରିବାକୁ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତୀ ବେହେରା , ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଭିନିଲ କ୍ରିଷ୍ଣା ଓ ଭୂପିନ୍ଦର ସିଂ ପୂନିଆ ରାଉରକେଲା ସହରକୁ ଆସିଛନ୍ତି । ସେମାନଙ୍କ ସହିତ ରାଉରକେଲା ବିଧାୟକ ସାରଦା ନାଏକ , ସୁନ୍ଦରଗଡ ଜିଲ୍ଲାପାଳ , ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଓ ଏସପି ଅତିଥି ମାନଙ୍କୁ ସ୍ବାଗତ କରି ପାଛୋଟି ନେଇଥିଲେ ନୂତନ ଭାବେ ନିର୍ମିତ ହେଉଥିବା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ଅଭିମୁଖେ । ଷ୍ଟାଡିୟମ ପରିଶର ପୂର୍ଣ୍ଣ ଭାବେ ଅନୁଧ୍ୟାନ କରିବା ପରେ କ୍ରୀଡା ମନ୍ତ୍ରୀ ସନ୍ତୋଷ ଲାଭ କରିବା ସହ ଅଳ୍ପ ଦିନରେ ସଂପୂର୍ଣ୍ଣ ହୋଇଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆହୁରୀ ମଧ୍ୟ କହିଛନ୍ତି ଯେ ସୁନ୍ଦରଗଡ ଜିଲ୍ଲା ବାସୀଙ୍କ ସମେତ ସମଗ୍ର ରାଜ୍ୟ ଏଥିସକାସେ ଗୌରବାନ୍ବିତ । ସୁନ୍ଦରଗଡ ଜିଲ୍ଲାର ୧୭ ଟି ବ୍ଲକରେ ମିନି ହକି ଷ୍ଟେଡିୟମ ସକାସେ ପ୍ରୟାସ ଜାରି ରହିଛି । ରାଉରକେଲା ବାସୀଙ୍କ ବହୁ ଦିନର ଆଶା ସଫଳ ହେବା ସହିତ ବାହାର ଦେଶରୁ ଆସୁଥିବା ଖେଳାଳୀ , ଦର୍ଶକ ଓ କ୍ରୀଡା ପ୍ରେମୀଙ୍କ ପାଇଁ ଏହା ଅବି ସ୍ମରଣୀୟ ହୋଇ ରହିବ । ଆନ୍ତର୍ଜାତୀୟ ହକି ବିଶ୍ବକପ ପୂର୍ବରୁ ଏଠାରେ ଜାତୀୟ ସ୍ଥରୀୟ ହକି ପ୍ରତିଯୋଗୀତାର ମଧ୍ୟ ଖୁବଶୀଘ୍ର ଆୟୋଜନ କରାଯିବ । ବିଧାୟକ ମହୋଦୟ କହିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଅବିଶ୍ବାସନୀୟ କାର୍ଯ୍ୟ କରି ଦେଖାଇଛନ୍ତି । ଶୁଖିଲା ପଡିଥିବା ରାଉରକେଲା ସହର ଜୀବନ୍ତ ହୋଇ ଉଠିବ ଏଥି ସକାସେ ସମଗ୍ର ରାଉରକେଲାରେ ସଜବାଜ ଚାଲିଛି । କ୍ରୀଡା ମନ୍ତ୍ରୀ ମହୋଦୟ ହକି ଷ୍ଟାଡିୟମର କାରୁକାର୍ଯ୍ୟ ଦେଖି ଆଶ୍ବସ୍ତି ଲାଭ କରିଛନ୍ତି ।