ବିରିଡି ବ୍ଲକ ବିଭିନ୍ନ ମଣ୍ଡପରେ ମହା ଆଡମ୍ବରରେ ମା’ ଦୁର୍ଗାଙ୍କ ମହାଦଶମୀ ପୂଜା ପାଳିତ

13

Get real time updates directly on you device, subscribe now.

ବିରିଡି(ସଂଘର୍ଷ ମିଡିଆ) : ଶହେ ବର୍ଷରୁ ଉର୍ଦ୍ଧ୍ଵ ହେବ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ବାଲିଆ ଗ୍ରାମରେ ଦଶହରା ପର୍ବ ପାଳିତ ହୋଇ ଆସୁଛି । ଏହି ଅବସରରେ ଏହି ଚଳିତ ବର୍ଷ ମଧ୍ୟ ବହୁ ଧୁମଧାମରେ ଦଶହରା ପର୍ବ ପାଳିତ ହେଉଛି । ୩୦ରୁ ଉର୍ଦ୍ଧ୍ବ ମେଢ଼ ଓ ସାଜସଜାକୁ ନେଇ ଉତ୍ସବମୁଖର ହୋଇ ଉଠିଛି ବାଲିଆ ଗ୍ରାମ । ମହାମାରି କରୋନା ଯୋଗୁ ଦୁଇବର୍ଷ ଧରି ବନ୍ଦ ଥିବା ଦଶହରା ପର୍ବ ଚଳିତ ବର୍ଷ ବହୁ ଆଡମ୍ବରରେ ଏହି ବାଲିଆ ଗ୍ରାମରେ ଅନୁଷ୍ଠିତ ହେଉଛି । ଏହି ଗ୍ରାମର ଆଖ ପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଏହି ଦଶହରା ଦେଖିବାକୁ ଆସି ବାଲିଆ ଗ୍ରାମରେ ରୁଣ୍ଡ ହୁଅନ୍ତି । ବିଭିନ୍ନ ପୂଜାମଣ୍ଡପରେ ବିଭିନ୍ନ କ୍ଲବ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଗ୍ରାମର ପ୍ରମୁଖ ଆକର୍ଷଣ ମାଆ ଦୁର୍ଗା ମଣ୍ଡପରେ ପୂଜା ପାଉଛନ୍ତି ଦେବୀଙ୍କର ମୃଣ୍ମୟୀ ବିଗ୍ରହ ଯାହା ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା କରାଯାଏ । ଚଳିତ ବର୍ଷ ଥାନପତିଙ୍କ ପୀଠରେ ନବଦୁର୍ଗା ପୂଜା ପ୍ରଥମଥର ପାଇଁ ଅନୁଷ୍ଠିତ ହେଉଛି । ଭାଇଚାରା ଓ ସଂସ୍କୃତି ପରମ୍ପରା ରକ୍ଷା ପାଇଁ ଚଳିତ ବର୍ଷ ଏହି ବାଲିଆ ଗ୍ରାମରେ ବହୁ ଧୁମଧାମରେ ମାଆ ଜଗତଜନନୀଙ୍କ ପୂଜା ଅନୁଷ୍ଠିତ ହେଉଛି। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More