ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଙ୍କୁ କାୟାକଳ୍ପ ଟିମ୍ ପରିଦର୍ଶନ

47

Get real time updates directly on you device, subscribe now.

ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଙ୍କୁ ଆଜି ୩ଜଣିଆ କାୟକଳ୍ପ ଟିମ୍ ପରିଦର୍ଶନ କରିଛନ୍ତି। ଡ଼ା ସଂଗ୍ରାମ କିଶୋର ଦାଶ ନେତୃତ୍ୱରେ,ଡ଼ା ସମ୍ବିତ ବେହେରା ବିଜୟ କୁମାର ପଣ୍ଡା ,ଜିଲ୍ଲା ପ୍ରତିନିଧି ଭାବେ ଡ଼ା ବସନ୍ତ କୁମାର ବାରିକି,ଡିପିଏମ୍ ଚକ୍ରଧର ଜେନା,ଗାଁ କଲ୍ୟାଣ ସମିତିର ସୁଜାତା ଦାଶ, ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ବିଭାଗ ଯଥା ବର୍ହିବିଭାଗ,ଅନ୍ତବିଭାଗ, ପ୍ରସୂତୀଗୃହ, ଅସ୍ତ୍ରୋପଚାର ଗୃହ, ଡ୍ରେସିଂରୁମ, ନିରାମୟ ବିତରଣ ଗୃହ, ଦନ୍ତ ବର୍ହିବିଭାଗ,ଆୟୁଷ କେନ୍ଦ୍ର, ଔଷଧ ଭଣ୍ଡାର ଗୃହ,ବାର୍ୟ୍ଯବସ୍ତୁ ପରିଚାଳନା କେନ୍ଦ୍ର, ଡାକ୍ତରଖାନା ପରିସର ଓ ପରିବେଶ ଆଦି ପରିଦର୍ଶନ କରିବା ସହ ସ୍ୱଚ୍ଛତା ,କର୍ମଚାରୀଙ୍କ ଜ୍ଞାନ କୌଶଳ ପରୀକ୍ଷଣ କରିବା ସହ ଆଧୁନିକ ଯତ୍ନପାତିର ବିଧିବ୍ୟବସ୍ଥା ସମ୍ପକିତ ରେକର୍ଡକୁ ଯାଞ୍ଚ କରିଥିଲେ। ବେସରକାରୀ  ସ୍ତରରେ ପରିପାଟୀ ଓ ରୋଗୀମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ସୁଯୋଗ ଆପଣେଇଥିବାରୁ ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡ଼ା ରାକେଶ ମହାନ୍ତି, ଡ଼ା ଲୋକନାଥ ସାହୁ,ଡ଼ା ଆଦର୍ଶ ମୃତ୍ୟୁଞ୍ଜୟ ,ଶୁଭଶ୍ରୀ ପଣ୍ଡା,  ବିପିଏମ୍ ସ୍ତୁତିରେଖା ମହାନ୍ତି,ପମୁଖ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More