ବିରିଡିରେ ଶ୍ରୀଜିଉଙ୍କ ସ୍ନାନ ଯାତ୍ର। ଅନୁଷ୍ଠିତ

31

Get real time updates directly on you device, subscribe now.

ବିରିଡି (ସଂଘର୍ଷ ମିଡିଆ ) : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବିରିଡି ବ୍ଲକ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କର ପବିତ୍ର ସ୍ନାନ ଯାତ୍ର କୋଭିଡ ନିୟମ ଅନୁସାରେ ଅନୁଷ୍ଠିତ ହୋଇଯାଇଛି।ବିଶେଷକରି କୂଳକଇଁଜଙ୍ଗା ସ୍ଥିତି ଜଗତଗୁରୁ ରାମାନନ୍ଦା ଚାର୍ଯ୍ୟ ପୀଠ ମଦନମୋହନ ପ୍ରାଙ୍ଗଣରେ ଥିବା ଶ୍ରୀଜିଉଙ୍କ ସ୍ନାନ ଯାତ୍ରା, ହାଜିପୁର ସ୍ଥିତି ଧ୍ୟାନକୁନ୍ଦ ପୀଠ ଓ ବାରଡ଼ିଆ ସିଦ୍ଧେଶ୍ଵର ମହାଦେବଙ୍କ ପ୍ରାଙ୍ଗଣରେ ଥିବା ଶ୍ରୀଜିଉଙ୍କ ସ୍ନାନ ଯାତ୍ରା କମ ସଂଖ୍ୟକ ସେବକ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି।ଦ୍ବାରଫିଟା,ମଙ୍ଗଳ ଆଳତୀ, ମଙ୍ଗଳରୋପଣ,ପୁଷ୍ପାଞ୍ଜଳି,ପହଣ୍ଡି ପରେ ଅବକାଶ, ଜଳଯାତ୍ରା, ସ୍ନାନଲାଗି,ଶ୍ରୀଜିଉଙ୍କ ବେଶ,ସ୍ନାନ ମଣ୍ଡପ ପରିକ୍ରମା, ଛେରା ପହଁରା ଓ ଶ୍ରୀଜିଉଙ୍କ ହାତୀବେଶ ଓ ଭୋଗଲାଗି କରାଯାଇଥିଲା।କରୋନା ମହାମାରୀ ନିୟମ ଥିବାରୁ ସାହାଣ ମେଲା ଓ ସର୍ବ ସାଧାରଣ ଦର୍ଶନ ବନ୍ଦଥିଲା।ମହାସ୍ନାନ ପରେ ପୁଷ୍ପାଞ୍ଜଳି ଦିଆଯାଇ ଡୋରିଲାଗି କରାଯାଇଥିଲା।ପରେ ଶ୍ରୀଜିଉ ମାନଙ୍କୁ ଅଣସର ପିଣ୍ଡିକୁ ବିଜେ କରାଯାଇଥିଲା।ଶେଷରେ ପଟିବନ୍ଧା ଓ ପଟିଦିଅଁ ବିଜେ କରାଯାଇଥିଲା।ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More