ବିରିଡି(ସଂଘର୍ଷ ମିଡିଆ) : ବିରିଡିରେ ବିଧାୟକଙ୍କ ଦ୍ଵାରା ଅଖିମୁଠି ଅନୁକୂଳ। ଆଜି ପ୍ରବିତ୍ର ଅକ୍ଷୟତୃତୀୟା ପର୍ବ,ଏହା କୃଷକ ମାନଙ୍କର ଏକ ମହାନପର୍ବ,ଆଜିର ଦିନରେ କୃଷକଟିଏ ତାର ଜମିର ପ୍ରଥମ କରି ଧାନ ବିହନ ଅନୁକୂଳ କରି ତାର ଚାଷକାର୍ଯ୍ୟ ଆରମ୍ଭ କରିଥାଏ।ଏହି ପ୍ରାଚୀନ ପରଂପରାଙ୍କୁ ଉଜ୍ଜୀବିତ କରି ରଖିବା ପାଇଁ ଆଜିବି ଚାଷୀ ଭାଇ ଅକ୍ଷୟ ତୃତୀୟା ପର୍ବ ଘରେ ଘରେ ପାଳନ କରି ଚାଷକାର୍ଯ୍ୟଙ୍କୁ ତ୍ୱରାନ୍ୱିତ କରିଛି।ଏହି ଅବସରରେ ବିରିଡି ବ୍ଲକ ବିଜେଡି ପକ୍ଷରୁ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଇଥିଲା।ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଚାନ୍ଦପୁର ମୌଜାର ଏକ ଜମିରେ ହଳଧରି ବିହନ ଅନୁକୂଳ କରିଥିଲେ।ଏଥିରେ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଉପାଧ୍ୟକ୍ଷା ପିନାକୀ ପ୍ରିୟଦର୍ଶନୀ,ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତିମୟି ରାୟ, ସଭ୍ୟ ଚନ୍ଦ୍ରଶେଖର ଦାସ୍,ଆତ୍ମାର ଅଧ୍ୟକ୍ଷ ପ୍ରତାପ ବେହେରା, ଯୁବନେତା ପ୍ରଦୀପ୍ତ ଭୂୟାଁ,ନେତ୍ରାନନ୍ଦ ପାତ୍ର, ରବିନାରାୟଣ ଜେନା,ସଂଖ୍ୟା ଲଘୁ ସେଲର ସଭାପତି ମୀରି ଆଜିମିରି ଅଲି,କୃଷି ବିଭାଗର ଓଭରସିଅର ଦେଵର୍ବତ ଦାସ୍,ରାଜେନ୍ଦ୍ର ସ୍ୱାଇଁ,ଅନୁଶ୍ମିତା ସେଠି ପ୍ରମୁଖ ଯୋଗଦେଇଥିଲେ।ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ।
Get real time updates directly on you device, subscribe now.