ଜଗତସିଂହପୁର( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ପଞ୍ଚାୟତ ସମିତିର ସପ୍ତମ ସାଧାରଣ ବୈଠକ ସମିତି ଗୃହରେ କୋଭିଡ଼ି ନିୟମ ଅନୁସାରେ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ୍ମଲାଭ ଭୋଇ ପୌରହିତରେ ଅନୁଷ୍ଠିତ ବୈଠକରେ ଉପାଧ୍ୟକ୍ଷା ଗୀତାଞ୍ଚଳୀ ସାହୁ ,ବିଡ଼ିଓ ହେମନ୍ତ କୁମାର ମହନ୍ତ, ଏବିଡିଓ ଗିରିଜା ପ୍ରାସାଦ ବାରିକ୍ , ଜିଲ୍ଲାପରିଷଦ ସଭ୍ୟା ଲତା ଦାସ୍ ,ସଭ୍ୟ ପ୍ରତାପ ବେହେରା, ଗୋଷ୍ଟି ସ୍ୱ।ସ୍ଥ୍ୟ କେନ୍ଦ୍ରର ଡା.ରାକେଶ କୁମାର ମହାନ୍ତି, ସହକାରୀ ଯନ୍ତ୍ରୀ କୃଷ୍ଠ ଚନ୍ଦ ସେଠୀଙ୍କ ସହ ସମସ୍ତ ସରପଞ୍ଚ ଓ ସଭ୍ୟ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ପଞ୍ଚାୟତ ସମିତି ପକ୍ଷରୁ ତିତ୍ତୋଲ ବିଧାୟକ ବିଷ୍ଣୁ ଦାସ ଓ ପୂର୍ବତନ ବିଧାୟକ ସ୍ୱର୍ଗତ ରବୀନ୍ଦ୍ର ନାଥ ଭୋଇଙ୍କ ବିୟଗୋରେ ୧ମିନିଟି ନିରବ ପ୍ରାଥନା କରାଯାଇଥିଲା। ପ୍ରଥମେ ବ୍ଲକକୁ ଆସିଥିବା ଉନୟନକାର୍ଯ୍ୟ ପାଇଁ ୧୫ ତମ କେନ୍ଦ୍ରିୟ ଅର୍ଥ ଆୟୋଗ ପକ୍ଷରୁ ୧କୋଟି ୩୯ଲକ୍ଷ ୫ସହ ୬୩ଟଙ୍କା ଓ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ପକ୍ଷରୁ ୮୮ଲକ୍ଷ ୮୦ହଜାର ୬ସହ ୧୯ଟଙ୍କାର ପ୍ରକଳ୍ପ ଅନୁମୋଦନ କରାଯାଇଥିଲା। ସେହିପରି ଅମ୍ପନି ପାଇଁ ଆସିଥିବା ୧କୋଟି ୨୪ଲକ୍ଷ ଟଙ୍କାର ପ୍ରକଳ୍ପ ବିଷୟରେ ଵେଠକରେ ଆଲୋଚନା କରାଯାଇଥିଲା । କୋଭିଡ଼ି ୧୯ ସମ୍ବନ୍ଧୀୟ ଆଲୋଚନାରେ ପ୍ରଭାସି ଓଡ଼ିଆଙ୍କୁ ଖାଦ୍ୟ, ପାନୀୟ, ସାନିଟାଇଜ ସିକୁରିଟି ମେଣ୍ଟନାନ୍ସ ବାବଦରେ ପ୍ରତି ପଂଚାୟତକୁ ମିଳିନଥିବାରୁ ରେଜୁଲେସ କରାଯାଇ ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ବିଡିଓଙ୍କୁ ଅନୁରୋଧ କରାଯାଇଥିଲା । ଅମ୍ଫାନ ପ୍ରକଳ୍ପ ତାଲିକାରେ କିଛି ଜନପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଥିଲେ । ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ।
Get real time updates directly on you device, subscribe now.
Prev Post
ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୭୦ ତମ ଜନ୍ମଦିନ ଅବସରରେ ସାରା ଭାରତ ବର୍ଷରେ ସେବା ଦିବସ ସପ୍ତାହ ବ୍ୟାପୀ ପାଳନ
Next Post