ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟରେ ତାଲା ପକାଇଲେ ବିଦ୍ୟାଳୟ ପରିଚାଳନା କମିଟି

13

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧିନ ବାଇଗାଁ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ମଙ୍ଗଳବାର ବିଦ୍ୟାଳୟର ଅନେକ ସମସ୍ୟାକୁ ଆଧାର କରି ବିଦ୍ୟାଳୟ ର ମୁଖ୍ୟ ଫାଟକ ତାଲା ପକାଇ ଫାଟକ ବାହାରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ବସିଥିଲେ । ବିଦ୍ୟାଳୟର ମୁଖ୍ୟ ସମସ୍ୟା ହେଲା ବିଦ୍ୟାଳୟରେ ୮ଟି ଶ୍ରେଣୀ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୨୭୪ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ୫ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ସେଥି ମଧ୍ୟରୁ ଜଣେ ଶିକ୍ଷକ ଡେପୁଟେସନରେ ଦାଢିଆଗୁଡ଼ା ବିଦ୍ୟାଳୟକୁ ଯାଇଛନ୍ତି । ଏତେ ସଂଖ୍ୟକ ଛାତ୍ର ଛାତ୍ରୀଙ୍କୁ ପଢ଼ାଇବା ପାଇଁ କମ ଶିକ୍ଷକ ଓ ଶିକ୍ଷୟତ୍ରୀ ବିଦ୍ୟାଳୟରେ ଅଛନ୍ତି । ତେଣୁ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବୀ ଓ ବିଦ୍ୟାଳୟ ପରିସରରେ ଥିବା ଏକ ନଳକୂପ ଗତ ୨ବର୍ଷ ପୂର୍ବରୁ ଖରାପ ହୋଇଥିବା ନେଇ ବାରମ୍ବାର ବିଦ୍ୟାଳୟ ପରିଚାଳନା କମିଟି ସମସ୍ତ ଅଧିକାରୀ ଓ ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନଳକୂପ ସଜାଡ଼ି ନ ଥିବା ଓ ବିଦ୍ୟାଳୟ ରେ ପାନୀୟ ଜଳର ସୁବିଧା ନ ଥିବା ନେଇ ମତବ୍ୟକ୍ତ କରିଥିଲେ । ପ୍ରକାଶ ଥାଉକି ଉକ୍ତ ବିଦ୍ୟାଳୟରେ ୧୦୬ଜଣ ଛାତ୍ର ଛାତ୍ରୀ ଛାତ୍ରାବାସ ରେ ରହୁଛନ୍ତି, କିନ୍ତୁ ଉକ୍ତ ଛାତ୍ରାବାସରେ ଅନେକ ସମୟରେ ବିଦ୍ୟୁତ୍ ସର ବରାହ ବିଛିନ୍ନ ରହୁଥିବା ନେଇ ବିଦ୍ୟାଳୟ ପରିଚାଳନା କମିଟି ଅଭିଯୋଗ ଆଣିଥିଲେ । ପରେ ଡାବୁଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ପହଞ୍ଚି ବୁଝା ସୁଝା କରିଥିଲେ,ଦୁଇ ତିନି ଦିନ ମଧ୍ୟରେ ସମାଧାନ ହେବ, କିନ୍ତୁ ବିଦ୍ୟାଳୟ କମିଟି ଲେଖିକରି ଦିଅନ୍ତୁ ବୋଲି କହିବାରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସାହୁ ଲେଖି କରି ଦେଇ ନଥିଲେ lକିନ୍ତୁ ବିଦ୍ୟାଳୟ କମିଟି କିଛି ନ ବୁଝି ବିଦ୍ୟାଳୟ ଛୁଟି କରି ଛାତ୍ର ଛାତ୍ରୀ ମାନଙ୍କୁ ଘରକୁ ପଠାଇଥିଲେ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଗ୍ରହଣ କରିବାରେ ବାଧାପ୍ରାପ୍ତ କରିବା ପାଇଁ କିଏ ଦାୟୀ? କାହା ନିର୍ଦ୍ଦେଶ ରେ ବିଦ୍ୟାଳୟ ଛୁଟି କରାଯାଇଥିଲା ବିଷୟରେ ଶ୍ରୀ ସାହୁଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ରଖି ନଥିଲେ । ବିଦ୍ୟାଳୟ ପପରିଚାଳନା କମିଟିର ସଭାପତି ଲଳିତ ମାଝୀ ଙ୍କୁ ଏ ବିଷୟରେ ପଚାରିବାରୁ ସମସ୍ୟାର ସମାଧାନ ନହେବା ଯାଏଁ ବିଦ୍ୟାଳୟ ଫାଟକ ବନ୍ଦ ରହିବ କହିଥିଲେ । ଏଥିରେ କମିଟି ର ସମସ୍ତ ସଦସ୍ୟଙ୍କ ମଧ୍ୟରୁ ସନ୍ନ୍ୟାସୀମାନଙ୍କ ମାଝୀ, ଲକ୍ଷ୍ମଣ ପୁଝାରୀ, ଜଗତ ଭତ୍ରା,ପିତମ ଗୌଡ, ଜୟରାମ ମାଝୀ, ଘାସିରାମ ପାଇକ, ହରି କଲାର,କମଳୁ ଭତ୍ରl, ଯୁଗରାଜ ଭତ୍ରl, ମନୁ ତନ୍ତୀ ପ୍ରମୂଖ ଅନ୍ୟ ମାନେ ଉପସ୍ଥିତ ଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More