ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ବିକ୍ଷୋଭ

15

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ପ୍ରଞ୍ଚୟାତର ଜନ ପ୍ରତିନିଧି, ଯୁବକ ସଂଘ, ବଣିକ ସଂଘ ଓ ଜନ ସାଧାରଣ । ସ୍ଥାନୀୟ ହାଇ ସ୍କୁଲ୍ ଠାରୁ ଏକ ଶୋଭା ଯାତ୍ରା ବାହାରି ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ଘେରାଉ କରି ବିକ୍ଷଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ବର୍ଷ ହେଲା ମୋହନାର ମୌଳିକ ସମସ୍ୟା ନେଇ ଅଞ୍ଚଳବାସୀ ଦାବି କରି ଆସୁଥିଲେ ମଧ୍ୟ ସମାଧାନ ହୋଇ ପାରୁନି। ମୋହନାରେ ବସ୍ ଷ୍ଟାଣ୍ଡ ଶିଶୁ ଉଦ୍ୟାନ, ଷ୍ଟାଡିୟମ୍ ଓ ସାହି ଗୁଡ଼ିକରେ ଡ୍ରେନ ନିର୍ମାଣ, ମେଡିକାଲରେ.ଶହେ ଶଯ୍ୟା ସମେତ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ।ଯଦି ସରକାର ତଥା ପ୍ରଶାସନ ଦାବି ପୂରଣ ନ କରନ୍ତି ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ବିଡ଼ିଓ କରିଛନ୍ତି। ବର୍ତ୍ତମାନ ସବୁ ଉନ୍ନତି ମୂଳକ କାମ ତ୍ଵରାନିତ ଚାଳିଛି । ଯାହାବି ସମସ୍ୟା ରହିଛି ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି । ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More