ରାଇରଙ୍ଗପୁର(ସଂଘର୍ଷ ମିଡିଆ ) : -ଦରଦାମ ତାତି ବହୁତ ବାଧିଲାଣି ।ଘର ଚଳାଇବାକୁ ଅସମର୍ଥ ପରିବହନ ଶ୍ରମିକ ପରିବାର । ସରକାର ଶୁଣୁ ନାହାନ୍ତି, ମାଲିକମାନେ ଶୁଣୁ ନାହାନ୍ତି ଦୁଃଖ ଜଣାଇବୁ କାହାକୁ । ରବିବାର ପୂର୍ବାହ୍ନ ୯ ଘଟିକା ସମୟରେ ମହାକାଳ ଶ୍ରମିକ ସଂଘ, ରାଇରଙ୍ଗପୁର ଶାଖା ତରଫରୁ ୨୦୦ ରୁ ଉର୍ଦ୍ଧ୍ବ ପରିବହନ ଶ୍ରମିକ ଯେଉଁ ମାନେ ସିମେଣ୍ଟ,ଛଡ,ଆଳୁ,ଧାନ,ସାର ଲୋଡିଂ ଏବଂ ଅନଲୋଡିଂ କରନ୍ତି ସେମାନେ ଏକଜୁଟହୋଇ ଶ୍ରମିକ ମାନଙ୍କର ସମସ୍ୟାକୁ ଜନସାଧାରଣ ଓ ସରକାରଙ୍କ ଦୃଷ୍ଟିକୁ ଆଣିବା ପାଇଁ ସଚେତନ କରାଇବା ଉଦ୍ଦେଶ୍ୟରେ ଏକ ବିଶାଳ ଶୋଭାଯାତ୍ରା ରାଇରଙ୍ଗସହରର ଅଂଳାଡୁବା,ଗୋଲେଇ,ପୁରୁଣା ଘାଟି, ମୁର୍ମୁ ଛକ, ରାଇରଙ୍ଗପୁର ବସ୍ ଷ୍ଟାଣ୍ଡ ପରିକ୍ରମା କରିଥିଲେ । ସେମାନଙ୍କର ମୁଖ୍ଯ ଦାବି ହେଲା ସିମେଣ୍ଟ ବସ୍ତା ସମେତ ଯେଉଁ ସବୁ ବସ୍ତା ୫୦ କେଜି ତାହାର ଲୋଡିଂ ଦର ୩ ଟଙ୍କାରୁ ୫ଟଙ୍କା ବୃଦ୍ଧି କରିବା, ଶ୍ରମିକ ମାନଙ୍କୁ ପରିଚୟପତ୍ର କାର୍ଡ, ସ୍ବାସ୍ଥ୍ୟ ବୀମା, ପେନସନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଲାମାନଙ୍କର ପାଠପଢା ଖର୍ଚ୍ଚ ଇତ୍ୟାଦି । ଶ୍ରମିକ ଯୁବନେତା ରାଜେଶ ବେହେରାଙ୍କ ନେତୃତ୍ୱରେ ଏହି ଜନସଚେତନତା ରାଲି ସହର ପରିକ୍ରମା କରିଥିଲେ । ଆଗାମୀ ଦିନରେ ସରକାର ଓ ମାଲିକମାନେ ଏହି ମୌଳିକ ସମସ୍ୟାକୁ ସମାଧାନ ନ କରନ୍ତି ତାହାହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ନେତୃବୃନ୍ଦ ଗଣମାଧ୍ୟମକୁ କହିଥିଲେ । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ ।