ବିଭିନ୍ନ ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରଉ କରିବ ପୁରୀ ଜିଲ୍ଲା କଂଗ୍ରେସ

20

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆସନ୍ତା ୧୮ ତାରିଖ ଦିନ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁରୀ ସଦର ବ୍ଲକ କାର୍ଯ୍ୟାଳୟ ଘେରଉ କରାଯିବ। ପୁରୀ ଭିଆଇପି ରୋଡ ଇନ୍ଦିରା ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଜୟନାରାୟଣ ପଟ୍ଟନାୟକ। ଜିଲ୍ଲାର ସମସ୍ତ ବ୍ଲକ ଅଫିସ୍ ସମ୍ମୁଖରେ ବ୍ୟାପକ ଘେରଉ କାର୍ଯ୍ୟକ୍ରମ କରାଯିବା ସହ ବ୍ଲକ୍ ଅଫିସ୍ ମାନଙ୍କରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ, ନାରୀ ନିର୍ଯାତନା, ଚାଷୀ ମାରଣା ନୀତି ଓ ଟାଟା କମ୍ପାନୀ ବିରୋଧରେ ଏହି ବିକ୍ଷୋଭ କରାଯିବ ବୋଲି ସୂଚନା ଦିଆଯାଇଛି। ସେହିପରି ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା, ବାରମ୍ବାର ଦାବି ସତ୍ତ୍ୱେ ରତ୍ନଭଣ୍ଡାର ନଖୋଲିବା ବିଷୟରେ ଜବାବ୍ ମାଗିବ କଂଗ୍ରେସ। ତେବେ ୧୮ ତାରିଖରେ କଂଗ୍ରେସ କମିଟିର ଶୋଭାଯାତ୍ରା ରେଳ ଷ୍ଟେସନରୁ ବାହାରି ବ୍ଲକ୍ ଅଫିସ୍ ଠାରେ ପହଞ୍ଚିବା ପରେ ସେଠାରେ ବିକ୍ଷୋଭ ଓ ବ୍ଲକ୍ ଘେରଉ କାର୍ଯ୍ୟକ୍ରମ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More