ବିଭିନ୍ନ ଦାବି ନେଇ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦଶ ଦଫା ଦାବି ପତ୍ର ପ୍ରଦାନ

12

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ ) :- ବିଭିନ୍ନ ଦାବି ନେଇ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ଙ୍କ ନେତୃତ୍ୱରେ ଏବଂ ସଭାପତି ବଟକୃଷ୍ଣ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବୌଦ୍ଧ ତହସିଲ୍ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଦଶ ଦଫା ସମ୍ବଳିତ ଦାବି ପତ୍ର ତହସିଲଦାର ଦେବୀ ପ୍ରସାଦ ଦାଶ ଙ୍କୁ ପ୍ରଦାନ କରାଯାଇଥିଲା । ବୌଦ୍ଧ ବ୍ଲକ୍ ର ସମସ୍ତ ଭୂମି ହୀନଙ୍କୁ ଦୁଇ ଏକର ଚାଷ ଜମି , ଡିହହୀନଙ୍କୁ ଦଶ ଡି . ମି ଡିହ ଏଵଂ ଦଳିତ ବସ୍ତିକୁ ସରକାରୀ ରାସ୍ତା ପାଇଁ ତହସିଲଦାରଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଦେଶ ସ୍ବାଧୀନ ହେବାର ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଶହ ଶହ ଦଳିତ ପରିବାର ଉପରୋକ୍ତ ସୁବିଧା ସୁଯୋଗ ଏବଂ ପ୍ରାପ୍ୟରୁ ବଞ୍ଚିତ ରହିଛନ୍ତି । ହଜାର୍ ହଜାର ହେକ୍ଟର ଜମି ମୁଷ୍ଟିମେୟ ବ୍ୟକ୍ତିଙ୍କ ଦ୍ବାରା ଜବର ଦଖଲ ରହିଥିବା ବେଳେ ଜିଲ୍ଲାର ଶହ ଶହ ପରିବାର ଭୂମି ହୀନ ଏବଂ ଡିହ ହୀନ ଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ମଧ୍ୟ ନାହିଁ । ଜବର ଦଖଲ କରିଥିବା ବେଆଇନ୍ ସରକାରୀ ଜମିରୁ ଜବର ଦଖଲ କାରୀଙ୍କୁ ଉଚ୍ଛେଦ କରିବା ସହ ଭୂମି ହୀନ ଦଳିତ ପରିବାର କୁ ଦୁଇ ଏକର ଲେଖାଏଁ ଚାଷ ଜମି ଏବଂ ଡିହ ହୀନ ଙ୍କୁ ଦଶ ଡିସିମିଲ ଲେଖାଏଁ ଘରବାରୀ ପଟ୍ଟା ଯୋଗାଇ ଦେବାକୁ ଡାବୀ କରାଯାଇଛି । ସେହିପରି ଜିଲ୍ଲାର ଶତାଧିକ ଦଳିତ ବସ୍ତିକୁ ସରକାରୀ ରାସ୍ତା ନ ଥିବାରୁ ଲୋକଙ୍କ ଡିହ ଏବଂ ହୁଡ଼ା ଦେଇ ଯିବା ଆସିବା କରୁଛନ୍ତି । ଶତାଧିକ ବସ୍ତିରେ ନଳକୂଅ ନ ଥିବା ଯୋଗୁଁ ପିଇବା ପାଣି ର ଘୋର ସମସ୍ୟା ଦେଖା ଦେଇଛି । ବୌଦ୍ଧ ବ୍ଲକ ର ସମସ୍ତ ଗଣ୍ଡା ସାହିକୁ କମ୍ୟୁନିଟି ସେଣ୍ଟର , ନଳକୂଅ , କଂକ୍ରିଟ ରାସ୍ତା ଏଵଂ ଜିଲ୍ଲାର ପ୍ରତି ବ୍ଲକ ରେ ଅତି କମରେ ତିନୋଟି ଅନୁସୂଚିତ ଜାତି ଆବାସିକ ଉଚ୍ଚ ବିଦ୍ୟାଳୟ ଏବଂ ଦୁଇଟି ମହା ବିଦ୍ୟାଳୟ ଆଦି ଦଶ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି , ଜିଲ୍ଲା ଉପ ସଭାପତି ମକରଧ୍ବଜ ମହାନନ୍ଦିଆ , ବସନ୍ତ କୁମାର ଖୁରା , ରୋହିତ କହଁର , ସହକାରୀ ସାଧାରଣ ସମ୍ପାଦକ କଂହେଇଁ ବାଦୀ , ଯୁଗ୍ମ ସଂପାଦକ ଶ୍ରୀନିବାସ ହାତୀ , ସଂଗଠନ ସମ୍ପାଦକ ଦେବଦତ୍ତ ସାଗର , ଜିଲ୍ଲା କାର୍ଯ୍ଯକାରିଣୀ ସଦସ୍ୟ ତଥା ବରିଷ୍ଠ ସମାଜସେବୀ ସେବତୀ ବେହେରା , ସଂଜିତ କୁମାର ଜେନା , ମଥୁରା ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର କହଁର , ପୂର୍ବତନ ସଙ୍କୁଲୋଇ ପଂଚାୟତର ସରପଞ୍ଚ ସନ୍ତୋଷ କୁମାର ବେହେରା , କ୍ଷେତ୍ର ମୋହନ ମହାନନ୍ଦ , ମହାଦେବ କଲତା , କଳିଙ୍ଗ ତାଣ୍ଡିଆ , ରାଜେନ୍ଦ୍ର ବାଘ , ପ୍ରମୋଦ ସାହାଣୀ , ସଂଜିତ ଜେନା , ପ୍ରଜାପତି ଭବସାଗର , ରବୀନ୍ଦ୍ର ନାଗ , ସୁରେଶ୍ ମହାନନ୍ଦ , ବରିଷ୍ଠ ସମାଜସେବୀ ତଥା ଅବସରପ୍ରାପ୍ତ ସହକାରୀ କୃଷି ଅଧିକାରୀ ବିଚିତ୍ର କହଁର , ଧରଣୀଧର ବିଭାର , ଜିଲ୍ଲାର ବିଶିଷ୍ଟ ସମାଜସେବୀ ଅନାଦି ବାଦି, ଶମ୍ଭୁନାଥ ମହାନନ୍ଦିଆ, ଜୟରାମ ହରିପାଲ, ଭୀମସେନ କହଁର , ହରେନ୍ଦ୍ର ତରିଆ , ଅନୀଲ ତନ୍ତୀ , ବହିରା ସମିତି ସଭ୍ୟ ପୁଷ୍ପାଞ୍ଜଳି ବାଦି , ନାରୀ ନେତ୍ରୀ ନନ୍ଦିନୀ ନାଏକ ପ୍ରମୁଖ ଙ୍କ ସହିତ ୨୩ଟି ପଂଚାୟତ କମିଟି ର ସହସ୍ରାଧିକ କର୍ମକର୍ତ୍ତା ଓ ସମାଜସେବୀ ଘେରାଉ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More