ବିଭିନ୍ନ ଦାବି ନେଇ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

12

Get real time updates directly on you device, subscribe now.

ମାଥିଲି(ସଂଘର୍ଷ ମିଡିଆ) : – ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ସମସ୍ତ ଗ୍ରାମ ଗୁଡିକରେ ପାନୀୟ ଜଳ, ସ୍କୁଲ,ଅଙ୍ଗନବାଡି ଭିତ୍ତିଭୂମି, ପ୍ରତି ପରିବାର କୁ ପନିପରିବା ବିହନ ପୋଷଣ ଯୋଜନା ଲାଗୁ କରିବା,ରାସ୍ତା ଘାଟ, ପ୍ରଧାନମନ୍ତ୍ରୀ ଆବାସ ଭଳି ବିଭିନ୍ନ ମୌଳିକ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ “ଶ୍ରମଜୀବୀ ସଂଗଠନ” ଲୋକ ସଂଗଠନ ପକ୍ଷରୁ ଆଜି ମାଥିଲି ବ୍ଲକର ସଭାପତି ଭାଗିରଥି ପାଟନିଆଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷମାନେ ମାଥିଲି ବସ ଷ୍ଟପ ଛକ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତିପୁର୍ଣ୍ଣ ଶୋଭାଯାତ୍ରାରେ ଆସି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜାରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଉକ୍ତ ଦାବୀ ପତ୍ରରେ ସଂଗଠନ ଉଲ୍ଲେଖ କରିଛି ଯେ ବର୍ତମାନ ଗ୍ରୀଷ୍ମ ଛୁଟିରେ ସ୍କୁଲ ଗୁଡିକ ରେ ଶିକ୍ଷକ ଙ୍କ ଥିବା ଖାଲି ପଦବୀ ପୂରଣ କରିବା , କୋଠରୀ ମାନଙ୍କ ପୁନଃ ମରାମତି ଓ ଆବଶ୍ୟକ ସ୍ଥଳେ ନୂତନ କୋଠରୀ ନିର୍ମାଣ , ବିଦ୍ୟାଳୟ ଭିତ୍ତିକ ପାଇଖାନା ଗୁଡିକ ର ମରାମତି ସହ ଜଳ ର ବ୍ୟବସ୍ଥା ,ଖେଳ ପଡିଆ, ପାଚେରୀ ଓ ସେଠାରେ ଥିବା ଜଳ ଉତ୍ସ ଗୁଡିକୁ ମରାମତି କରାଯାଉ l ପ୍ରତି ଗ୍ରାମ ଓ ପଡା ମାନଙ୍କରେ ଥିବା ଲୋକସଂଖ୍ୟା ଆଧାରରେ ନୂତନ ଅଙ୍ଗନବାଡି ,ମିନି ଅଙ୍ଗନବାଡି ଖୋଲାଯାଉ l ପ୍ରତି ପରିବାର ର ପୋଷଣ ରକ୍ଷା ପାଇଁ ପ୍ରତି ପରିବାରକୁ ପନିପରିବା ବିହନ ଯୋଗାଇ ଦିଆଯିବା ସହ ଗ୍ରାମ ମାନଙ୍କରେ ଘୋର ପିଇବା ପାଣି ସମସ୍ୟା ଦେଖାଦେଇଛି l ତାହାକୁ ଆଖିଆଗରେ ରଖି ସରକାର ତୁରନ୍ତ ପ୍ରତି ଗ୍ରାମ ଗୁଡିକରେ ଥିବା ଜଳ ଉତ୍ସ ଗୁଡିକ ନିର୍ମାଣ, ମରାମତି ଓ ବିଶୋଧନ କରାଇବା ଆଦି ଦାବୀ ରହିଛି l ଏହି ଶୋଭାଯାତ୍ରାରେ ସଂଗଠନର ସଭାପତି ପାଟନିଆ ସହ ସମ୍ବରୁ ମାଡକାମୀ, ଆଇତା ମାଢି, ବିପିନ ଚନ୍ଦ୍ର ମାଝୀ, ସୂର୍ଯ୍ୟ ଭୂମିଆ, ଗୌରାଙ୍ଗ ଅଧିକାରୀ, ନୀଳକଣ୍ଠ ନାୟକ, ରାଜେନ୍ଦ୍ର ମାଡକାମୀ ଓ ତ୍ରିନାଥ ବଡ଼ନାୟକ ପ୍ରମୁଖଙ୍କ ନେତୃତ୍ୱ ରେ ଶୋଭାଯାତ୍ରା ପରିଚାଲିତ କରାଯାଇଥିଲା l. ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More