ନବରଙ୍ଗପୁର(ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ମଦ ଜବତ ଓ ପୋଚ ନଷ୍ଟ କରାଯାଇଛି | ସୂଚନାଯୋଗ୍ୟ ଯେ ନବରଙ୍ଗପୁର ଜିଲା ଆରକ୍ଷୀ ଅଧିକ୍ଷକ ସନ୍ତୋଷ ଧଳସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ ଉମରକୋଟ ଅବକାରୀ ନିରିକ୍ଷକ ହରିହର ସିଂଙ୍କ ତତ୍ଵାବଧାନରେ ଡାବୁଗାଁ ଅବକାରୀ ବିଭାଗ ଡାବୁଗାଁ ଥାନା ଅଧୀନ ଡ଼ଙ୍ଗରିଗୁଡା, ପୂଜାରିଗୁଡା, ସରାଗୁଡା, ଚିଚିବାଇ, ମେଦେନା ଗ୍ରାମରେ ଚଢାଉ କରାଯାଇ ବିପୁଳ ପରିମାଣର ବେଆଇନ ଭାବେ ରୋଷେଇ ପାଇଁ ରହିଥିବା ୫୦ ଲିଟର ଦେଶୀ ମଦ ଓ ୭୦୦ ଲିଟର ମହୁଲ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି ।ଏଥିରେ ସମ୍ପୃକ୍ତ ହୃଦାନନ୍ଦ ଠାକୁର ଓ ସବିତା କଲାରଙ୍କୁ ଗିରଫ କରାଯାଇଛି | ଏଥିରେ ଡାବୁଗାଁ ଅବକାରୀ ଉପନିରୀକ୍ଷକ ବିଜୟ ଭୂଷଣ ନାୟକ ଓ କୁଶ ଜାଲ, ସହକାରୀ ଉପ ନିରିକ୍ଷକ ମାଖନ ହାଲଦାର, ସୁନାଧର କିର୍ଷାନୀ, କର୍ମଚାରୀ ସୁବାସ ଗୌଡ, ନାରାୟଣ ମୁଦୁଲି, ଦେବାଶିଷ ଦାସ, ଛତର ଗଣ୍ଡ, କାଲିମଣି ମୁଦୁଲି, ଜୋତ୍ସ୍ନା ହରିଜନ ପ୍ରମୁଖ ସାମିଲ ଥିଲେ |ନବରଙ୍ଗପୁର ଜିଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।