ବିବାହ ୩ମାସ ପରେ ଆତ୍ମହତ୍ୟା ଅଭିଯୋଗ , ପୋଲିସର ତଦନ୍ତ ଆରମ୍ଭ

12

Get real time updates directly on you device, subscribe now.

ଏରସମା(ସଂଘର୍ଷ ମିଡିଆ ) : – ଏରସମା ବ୍ଲକ ଗୋଡ଼ା ପଞ୍ଚାୟତର ସାଳିଓ ଗ୍ରାମର ବଟକୃଷ୍ଣ ପଳେଇଙ୍କ ବଡପୁଅ ପପୁନା ପଳେଇ ବୟସ 22 ସେହି ଗ୍ରାମର ସତ୍ୟରଞ୍ଜନ ମଣ୍ଡଳ ଙ୍କ ଏକମାତ୍ର ଝିଅ କବିତା ମଣ୍ଡଳଙ୍କୁ ଗତ 3 ମାସ ହେବ ପ୍ରେମ ବିବାହ କରିଥିଲେ l ସୂଚନା ମୁତାବକ କବିତାଙ୍କ ବ୍ରେନ ଟ୍ୟୁମର ଥିବାରୁ ବାପଘର ଲୋକେ କବିତାଙ୍କୁ ଅପେରସନ କରାଇଥିଲେ ଏହାକୁ ନେଇ କବିତାଙ୍କ ମୁଣ୍ଡ ଅନେକ ସମୟରେ ବିନ୍ଧା ମଧ୍ୟ ହେଉଥିଲା ଏବଂ ନାକପଟୁ ରକ୍ତ ବାହାରୁଥିଲା । ଏ ବିଷୟରେ କବିତା ନିଜ ବାପଘରକୁ ଫୋନ କରି ଜଣାଇବା ପରେ ବାପଘର ଲୋକେ ଶୁଣିନଥିଲେ କାରଣ ପ୍ରେମ ବିଭାହ କଲାପରେ ବାପଘର ଲୋକେ ଏହାକୁ ବିରୋଧ କରୁଥିଲେ ତେଣୁ ପପୁନାଙ୍କ ପରିବାର ଆର୍ଥିକ ଅନାଟନ ହେତୁ ପରିବାର ଚାଲିବ କଷ୍ଟ ସାଧ୍ୟ ହୋଇପଡୁଥିବାବେଳେ ଏକଥା କବିତା ସବୁ ବୁଝିବା ପରେ ବାପଘର ଲୋକଙ୍କୁ ଚିକିତ୍ସା ନିମନ୍ତେ ଟଙ୍କା ମାଗିଥିଲେ ହେଲେ କବିତା ଙ୍କ ପରିବାର ଲୋକେ ନ ଶୁଣିବାରୁ କବିତା ବାଧ୍ୟ ହୋଇ କନିଅର ମଞ୍ଜି ଖାଇ ଆତ୍ମହତ୍ୟା କରିଥିବା ଜଣାପଡିବାପରେ ପପୁନାଙ୍କ ପରିବାର ଏବଂ ସହି ପଡିସା ଏରସମା ଥାନେ ପହଞ୍ଚିଥିଲେ l ଏରସମା ଥାନା ତରଫରୁ ଏକ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଚଳାଇଛନ୍ତି ଏରସମାରୁ ବଳରାମ ଜାନାଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଚ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More