ବିବାହ ପାଇଁ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖି ପ୍ରେମିକ ମାରିଲେ ଚମ୍ପଟ

31

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : -ବିବାହପାଇଁ ପ୍ରତିଶ୍ରୁତି ଦେଇ ଯୁବତୀକୁ କଲା ଅନ୍ତସତା।ଯୁବତୀ କଲେ ଥାନାରେ ଅଭିଯୋଗ। ପ୍ରଥମେ ପ୍ରେମ ପରେ ଶାରୀରିକ ସମ୍ପର୍କ। ଯୁବତୀ ଜଣକ ଅନ୍ତସତା ଥିବାର ଆଣିଛନ୍ତି ଥାନାରେ ଅଭିଯୋଗ। ଯୁବତୀ ଜଣକ ହେଲେ ସାଲେପୁର ଥାନା ଜପକୂଦ ଫାଣ୍ଡି ରାମେଶ୍ୱର ଗ୍ରାମର ଜଟାଧାରୀ ସାମଲଙ୍କ ୧୯ବର୍ଷିଆ ଝିଅ (ପିଙ୍କି ସାମାଲ)। ଦୀର୍ଘଦିନହେବ ସେହି ଗ୍ରାମର ଝରି ସାମଲଙ୍କ ପୁଅ ଅଶୋକ ସାମଲଙ୍କ ସହିତ ପ୍ରେମ ସମ୍ପର୍କଥିଲା। ପ୍ରଥମେ ପ୍ରେମ ନିବେଦନ କରିବା ପରେ ବିବାହର ପ୍ରଲୋଭନ ଦେଖାଇ ଅନେକ ବାର ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀ ଜଣକ ଏବେ ଅନ୍ତସତା। ଯୁବତୀ ଜଣକକୁ ଅନ୍ତସତା କରିବାପରେ ଯୁବକ ଜଣକ ଶାରୀରିକ ନିର୍ଯ୍ୟାତନା ଦେବାପରେ ହୋଇଯାଇଛନ୍ତି ଫେରାର। ଯୁବତୀଜଣକ ବିବାହ ପାଇଁ ଜିଦ ଧରି ଦୀର୍ଘ ସମୟଧରି ବସିବା ପରେ ଯୁବକ ଜଣକ ଫେରାର ଥିବା ବେଳେ ନିରାଶରେ ଫେରିଲେ ଯୁବତୀ। ଏନେଇ ଯୁବତୀ ଜଣକ ସାଲେପୁର ଥାନା ଜପକୁଦ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More