ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ପ୍ରତାରଣା

17

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : _ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ଚଚରାଗୁଡା ଗ୍ରାମରେ ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା କରିଥିବା ନେଇ ଶନିବାର ରାତିରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚଚରାଗୁଡା ଗ୍ରାମରେ ଜଣେ ପ୍ରାପ୍ତ ବୟସ ଯୁବତୀ ସେହି ଗ୍ରାମର ଜଣେ ପ୍ରାପ୍ତ ବୟସ୍କ ଯୁବକ ସହ ଆଜକୁ ପ୍ରାୟ ୩ ବର୍ଷ ତଳେ ପ୍ରେମ ସମ୍ପର୍କ ଗଢିଉଠିଥିଲା | ଧୀରେ ଧିରେ ପ୍ରେମ ସମ୍ପର୍କ ଶାରୀରିକ ସମ୍ପର୍କରେ ପରିଣତ ହୋଇଥିଲା | ଯୁବତୀ ଯେତେବେଳେ ବିବାହ ପାଇଁ କହୁଥିଲା ଯୁବକ ଜଣକ ସେହି କଥାକୁ ବିଭିନ୍ନ ବାହାନା କରି ଆଡେଇ ଦେଉଥିଲା | ଯୁବତୀ ବାରମ୍ବାର ବିବାହ କଥା କହିବାରୁ ଶେଷରେ ଯୁବକ ଜଣକ ବିବାହ କରିବାକୁ ମନା କରିଦେଇଥିଲା | ଶେଷରେ ବାଧ୍ୟ ହୋଇ ଯୁବତୀ ଜଣଙ୍କ ଶନିବାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି | ଏନେଇ ଥାନା କେସ ନଂ ୧୬୮/୨୩ ରେ ଏକ ମାମଲା ରୁଜୁ କରାଯାଇଛି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More