କଟକ(ସଂଘର୍ଷ ମିଡିଆ) : -କିଶନ ନଗର କଲେଜ ପାଲଟି ଗଲାକି? ବିଜେଡିର କାର୍ଯ୍ୟାଳୟ ସରକାରୀ ବାବୁ ସରକାରୀ ଗାଇଡି ଲାଇନି କୁ ଉଲ୍ଲଂଘନ କରି ସଦସ୍ୟତା ଗ୍ରହଣ କଲେକି ବିଜୁ ଜନତା ଦଳର ଏ କଥା ଆମେ କହୁନାହୁଁ ବିରୋଧୀ ସିନା ଅଭିଯୋଗ କରିଛନ୍ତି କିନ୍ତୁ ଏ ଦୃଶ୍ୟ ଦେଖିଲେ ଆପଣବୀ ଭାବିବେ ଏହା ମହାବିଦ୍ୟାଳୟ ନା ବିଜେଡି କାର୍ଯ୍ୟାଳୟ। ଏ ଦୃଶ୍ୟ ହେଉଛି କଟକ ଜିଲ୍ଲାର କଟକ ସଦର ବ୍ଲକ ଅଧିନସ୍ତ କିଶନ ନଗର ପଞ୍ଚାୟତ ରେ ଅବସ୍ଥିତ କିଶନ ନଗର ମହାବିଦ୍ୟାଳୟ ର।କିଶନ ନଗର ମହାବିଦ୍ୟାଳୟରେ ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଚଳିତ ମେଟ୍ରିକୀ ପରୀକ୍ଷା ରେ ୮୦% ପ୍ରତିଶତରୁ ଉର୍ଦ୍ଧ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ କଟକସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ସମ୍ବର୍ଦ୍ଧିତ କରିବା ପାଇଁ ଆୟୋଜନ ହୋଇଥିଲା ମେଧା ଛାତ୍ର ଛାତ୍ରୀ ସମ୍ବର୍ଦ୍ଧନା ସମାରୋହ।ଯାହାକୁ ନେଇ ବର୍ତ୍ତମାନ ବିବାଦ ଦେଖା ଦେଇଛି। କଟକ ସଦରର ଅଗ୍ରଣୀ ସାମାଜିକ ସଙ୍ଘଠନ ଉତ୍କଳ ବିକାଶ ପରିଷଦ ଏବଂ ସାଧାରଣ ଜନତା ପ୍ରଶ୍ନ ଉଠାଇଛି ଏହା ସରକାରୀ କାର୍ଯ୍ୟକ୍ରମ ନୁହେଁ କୀଭଳି ଦଳୀୟ କାର୍ଯ୍ୟକ୍ରମ କରିବା ପାଇଁ ମହାବିଦ୍ୟାଳୟର ଅଧକ୍ଷ ଅନୁମତି ଦେଲେ? ଏବଂ ମଞ୍ଚରେ ଅତିଥି ହୋଇ ବିଜେଡି ଓତରି ପକାଇ ବସିଲେ ଏହା ସରକାରୀ ଗାଇଡି ଲାଇନିକୁ ଉଲ୍ଲଂଘନ କରୁନାହିଁ କି? ଏ ସମ୍ଵଧରେ ମହାବିଦ୍ୟାଳୟର ଅଧକ୍ଷ ମତାମତ ଦେଇ ପ୍ରକାଶ କରିଛନ୍ତି ଉପ ଜିଲ୍ଲାପାଳ ଫୋନ ଯୋଗେ ନିର୍ଦେଶ ଦେବାରୁ ଆମ୍ବେ ଅନୁମତି ଦେଇଥିଲୁ। ଅନ୍ୟପଟେ ମଞ୍ଚରେ କଟକସଦର ବିଧାୟକ ଏବଂ କଟକ ଜିଲ୍ଲା ପରିଷଦର ଉପାଧ୍ୟକ୍ଷଙ୍କୁ ଛାଡି ଆଉ ଜଣେବି କେହି ଜନପ୍ରତିନିଧି ମଞ୍ଚରେ ଅତିଥି ନଥିଲେ। ମଞ୍ଚରେ ଅତିଥି ଭାବେ ମଞ୍ଚାସିନ ହୋଇଥିଲେ କଟକସଦର ନିର୍ବାଚନ ମଣ୍ଡଳୀର ବିଜେଡିର ସାଙ୍ଗଠନିକ ପଦ ପଦବୀରେ ଥିବା ବ୍ୟକ୍ତି।ଏ ଭଳି ମଞ୍ଚରେ ଅତିଥି ଭାବେ କିଶନ ନଗର ମହାବିଦ୍ୟାଳୟର ଅଧକ୍ଷ ଯୋଗ ଦେବା ଏବଂ ବିଜେଡିର ଊତରିୟ କାନ୍ଧରେ ପକାଇବା ଏହା ବିଜେଡି ଦଳର ସଦସ୍ୟତା ଗ୍ରହଣ କରିବା ସଙ୍ଗେ ସମାନ ନୁହେଁକି ? ସରକାରୀ କର୍ମଚାରୀ ତାଙ୍କ ଠିକି ଭାବେ କର୍ତ୍ତବ୍ୟ ସମ୍ପାଦନ ନକରି ଦଳୀୟ ପ୍ରୀତିରେ କାର୍ଯ୍ୟ କରିଥିବାରୁ ତୁରନ୍ତ କିଶନ ନଗର ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ରାଜ୍ୟ ସରକାର ବହିଷ୍କୃତ କରିବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ସର୍ବସାଧାରଣରେ ଆଲୋଚନା ହେଉଛି ସରକାରୀ କର୍ମଚାରୀ ସରକାରୀ ଦଳର ବିଧାୟକଙ୍କ ଉପସ୍ଥିତି ରେ ସରକାରୀ ଗାଇଡି ଲାଇନି ଉଲ୍ଲଂଘନ କରୁଛନ୍ତି ଏହା ଜନ ପ୍ରତିନିଧି ଙ୍କ ଅହଂକାର ନା ନିଜ ଯୋଗ୍ୟତାରୁ ଅଧିକ ପାଇବା ଆଶାରେ ସରକାରୀ କର୍ମଚାରି ନିଜ ପଦ ମର୍ଯ୍ୟାଦା ଭୁଲି ରାଜନୈତିକ ବ୍ୟକ୍ତିଙ୍କ ଚାଟୁକାରିତା କରିନ୍ତି। ସତ୍ୟ ଦେଖାଇବା ପ୍ରସାରଣ କରିବା ଆମ୍ବର କର୍ତ୍ତବ୍ୟ ବିଚାର ଆପଣ ମାନଙ୍କର ।