ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ କେଳାକଟା ଗ୍ରାମରେ ଆଜି ଶୁଭ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି! ଗ୍ରାମରେ ଥିବା ବହୁ ପୁରାତନ ଶ୍ରୀରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ପ୍ରତିଷ୍ଠା ସକାଶେ ତିନିଦିନ ଧରି ଗ୍ରାମରେ ନାମ, ସଂକୀର୍ତ୍ତନ , ପରାୟଣ ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବାର ସୂଚନା ମିଳିଛି!ଆଜି ସକାଳୁ ଗ୍ରାମର ଶତାଧିକ ମହିଳା ଶୁଭ ପୂର୍ଣ୍ଣ କଳସ ଧରି ହରିବୋଲ ହୁଳହୁଳି ଓ ନାମ ସଂକୀର୍ତ୍ତନ କଳସ ସ୍ଥାପନ କରିଥିଲେ l ଆସନ୍ତା କାଲି ପ୍ରଭୁ ଶ୍ରୀରାମ ଙ୍କ ବିଗ୍ରହ ପ୍ରତିଷ୍ଠା କରାଯିବାର ଗ୍ରାମବାସୀ ସୂଚନା ଦେଇଛନ୍ତି l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l