ବିପୁଳ ପରିମାଣର ଗଞ୍ଜେଇ ସହ ଟ୍ରକ ଜବତ, ଦୁଇ ଅଟକ

11

Get real time updates directly on you device, subscribe now.

Anchor: ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ପୁଲିସକୁ ମିଳିଛି ଏକ ବଡ଼ ସଫଳତା l ପେଟ୍ରୋଲିଂ କରୁଥିବା ସମୟରେ ଶ୍ରୀମାଲ ଛକରୁ ଏକ ଟ୍ରକ ସହ 8 କ୍ୱିଣ୍ଟାଳ 49 କେଜି ଗଞ୍ଜେଇ ଜବତ କରିଥିବା ବେଳେ ଦୁଇ ଜଣଙ୍କୁ ଅଟକ ରଖିଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି l ସୂଚନା ପ୍ରକାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲେ l ଘଣ୍ଟାପଡା ଭାରପ୍ରlପ୍ତ ଥାନାଧିକାରୀ ଗଣନାଥ ଥନାପତି ଏବଂ କନଷ୍ଟେବଳ ପ୍ରଦୀପ କୁମାର ବେହେରା, ଶଶାଙ୍କ ଶେଖର ସାହୁ, ହୋମଗାର୍ଡ ସୁଶାନ୍ତ ମଲିକ, ଗିରିଶ ଚନ୍ଦ୍ର କହଁର ପ୍ରମୁଖ ପେଟ୍ରୋଲିଂ କରୁଥିବା ସମୟରେ ଫୁଲବାଣୀ ଅଞ୍ଚଳରୁ ଆସୁଥିବା ଏକ ଟ୍ରକ ନଂ (CG 04 JC 8151)କୁ ଶ୍ରୀମାଲ ଛକ ଠାରେ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ l ଯାଞ୍ଚ ସମୟରେ ଟ୍ରକ ଭିତରେ ୨୪ ବସ୍ତା ଗଞ୍ଜେଇ ଥିବା ଜଣା ପଡିଥିଲା l ପୁଲିସ ଟ୍ରକ୍ ସହ ଗଞ୍ଜେଇ ଜବତ କରିଥିଲା l ମାଜିଷ୍ଟ୍ରେଟ କର୍ଣ୍ଣ ମଲ୍ଲିକ ଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯିବାରୁ ଗଞ୍ଜେଇର ପରିମାଣ 8 କ୍ଵିଣ୍ଟାଳ 49କେଜି ହୋଇଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି l ଅଟକ ଦୁଇଜଣ ହେଲେ ବିହାର ରାଜ୍ୟ ଗୟା ଜିଲ୍ଲା ବରଛାଲି ଥାନା ଲିମୋଗରା ଗ୍ରାମର ଚନ୍ଦନ କୁମାର(21) ଅନ୍ୟ ଜଣେ ବିଲ୍ଲା ଗ୍ରାମର ରାକେଶ କୁମାର(21) ବୋଲି ଜଣା ପଡିଛି l ଅଟକ ଦୁଇ ଜଣଙ୍କୁ ପଚରା ଉଚୁରା ଚଲାଇଥିବା ବେଳେ ମଙ୍ଗଳବାର( ଆଜି )କୋର୍ଟ ଚାଲାଣ କରାଯିବା ନେଇ ଘଣ୍ଟାପଡା ଥାନାଧିକାରୀ ଗଣନାଥ ଥନାପତି ପ୍ରକାଶ କରିଛନ୍ତି lରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More