ଭଦ୍ରକ ( ସଂଘର୍ଷ ମିଡିଆ ) : ବିପୁଳ ପରିମାଣରେ ଦେଶୀ, ବିଦେଶୀ ମଦ ଜବତ. ଜ଼ିଲ୍ଲାରେ ଏବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମଦ ଜବତ କରିଛି ଭଦ୍ରକ ଅବକାରୀ ବିଭାଗ. ଚଢ଼ାଉ ସମୟରେ ରେ ୧୧ ଶହ ଲିଟର ଦେଶୀ ରନ୍ଧା ମଦ ସହ , ୨୮ ଲିଟରରୁ ଅଧିକ ବିଦେଶୀ ମଦ ଜବତ ହୋଇଛି । ମଦ ଚୋରା ଚାଲାଣ ରେ ବ୍ୟବହାର ହେଉଥିବା ବାଇକ ଓ ପିକଅପ ଜବତ ସହ ୮ ଜଣ ଗିରଫ ହୋଇଛନ୍ତି । ଜବତ ହୋଇଥିଲା ମଦର ମୂଲ୍ୟ ଲକ୍ଷାଧିକ ଟଙ୍କାର ହେବ ବୋଲି ଜଣାପଡିଛି । ଅବକାରୀ ଇନ୍ସପେକ୍ଟର ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱ ରେ ଅବକାରୀ ଟିମ ଭଦ୍ରକ ଜିଲ୍ଲାର ଚୁଡାମଣି , ଅର୍ଣ୍ଣପାଳ ସହ ଆହୁରି ଅନେକ ଅଞ୍ଚଳରେ ଚଢ଼ାଉ କରାଯାଇ ମଦ ଜବତ କରିଛି । ଗତକାଲି ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ୬୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।