ବୌଦ୍ଧ(ସଂଘର୍ଷ ମିଡିଆ ) : :ଆଜି ସକାଳ 9ଘଟିକା ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଧିନସ୍ଥ ସରସରା ଗ୍ରାମ ପୋଖରୀରେ ରାଷ୍ଟ୍ରୀୟ ବିପ ର୍ଯ୍ୟୟ ପ୍ରଶମନ ଦଳ, ମୁଣ୍ଡଳୀ, କଟକ ଓଡ୍ରାଫ ଟିମ, ବୌଦ୍ଧ, ଅଗ୍ନିଶମ ସେବା ସଂସ୍ଥା, ବୌଦ୍ଧ ଙ୍କ ଏକ ମିଳିତ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ମଡେଲ ଡିଗ୍ରୀ ମହାବିଦ୍ୟାଳୟ, ବୌଦ୍ଧ ର ଛାତ୍ରଛାତ୍ରୀ, ସରସରା ର ଜନ ସାଧାରଣ ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ l ଏନ. ଆର. ଡି. ଏଫ. ର ଇନ୍ସପେକ୍ଟର ବିଶ୍ୱନାଥ ଚୌଧୁରୀ, ସବ -ଇନ୍ସପେକ୍ଟର ପ୍ରସାଦ ଙ୍କ ସହ ଅନ୍ୟ ସୁରକ୍ଷା ଦଳ ଏହି କାର୍ଯ୍ୟକ୍ରମ ରେ ସାଧନ କର୍ମୀ ଭାବେ ବିଭିନ୍ନ ଜୀବନ ରକ୍ଷl କାରି କୌଶଳ ଉପରେ ଟ୍ରେନିଂ ପ୍ରଦାନ କରିଥିଲେ l ମୁଖ୍ୟତଃ ବନ୍ୟା, ବାତ୍ୟା, ଭୂମିକମ୍ପ ସମୟରେ ନିଜ ନିଜ ଜୀବନ କୁ କିଭଳି ବଞ୍ଚାଇ ପାରିବା, ବିଭିନ୍ନ ପ୍ରକାର ଦୁର୍ଘଟଣା ସ୍ଥଳରୁ ସେମାନଙ୍କୁ କିପରି ବଞ୍ଚା ଯାଇ ପାରିବ ତାର କୌଶଳ କୁ ପ୍ରଦର୍ଶନ କରିଥିଲେ l ବୌଦ୍ଧ ଜ଼ିଲ୍ଲା ରେ ଗତ ଏପ୍ରିଲ 4ତାରିଖ ଠାରୁ ଏହା ଆରମ୍ଭ ହୋଇ 16ତାରିଖପର୍ଯ୍ୟନ୍ତ ଚାଲିବ l ଏହି ସମସ୍ତକାର୍ଯ୍ୟକ୍ରମ କୁ ଜ଼ିଲ୍ଲା ଜରୁରୀ କାଳିନ ଅଧିକାରୀ ଅବନୀକାନ୍ତ ସାହୁ ତଦାରଖ କରିବା ସହ ପରିଚାଳନା କରିଥିଲେ l ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା, ଜ଼ିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ପ୍ରିନସିପାଲ, ମୋଡେଲ ଡିଗ୍ରୀ ମହାବିଦ୍ୟାଳୟ ରବୀନ୍ଦ୍ର କୁମାର ସାହୁ, ଅଧ୍ୟାପକ ଅଧ୍ୟାପିକା ଶ୍ରୁତି ବେଦବାକ, ପ୍ରଜ୍ଞl ପରିମିତା, ଦେବସ୍ମିତା ମହାନ୍ତି, ରୁଷି ନାଥ ନାୟକ, ମୃତ୍ୟୁଞ୍ଜୟ ପ୍ରଧାନ, ସୁଦାମ ଭୋଇ, ଦୀପକ କୁମାର ସାହୁ, ଶୁଭକାନ୍ତ ସ୍ୱାଇଁ, ସୁଜିତ ପ୍ରଧାନ (ସହାୟକ ), ଶିକ୍ଷକ, ବାବା ବୈଦ୍ୟନାଥ ନୋଡାଲ ହାଇସ୍କୁଲ ଶିକ୍ଷକ ପ୍ରଭୁଦତ୍ତ ବେହେରା, ଏସ. ପ୍ରଧାନ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ lଏହି ସମସ୍ତ କାର୍ଯ୍ୟକ୍ରମ କୁ ବୌଦ୍ଧ ଜିଲ୍ଲା ଜରୁରୀ କାଳୀନ ବିଭାଗ ର ଅଶୋକ କୁମାର ରଥ ପରିଚାଳନା କରିଥିଲେ l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l