ବିପଦ ସଙ୍କୁଳ ଅବସ୍ଥାରେ ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟ

24

Get real time updates directly on you device, subscribe now.

ନବରଙ୍ଗପୁର -(ସଂଘର୍ଷ ମିଡିଆ): – ରାଜ୍ୟ ସରକାରଙ୍କ ୫ ଟି ମାଧ୍ୟମରେ ରୂପାନ୍ତରିକରଣ ଯୋଜନା ଆଧୁନିକତା ସ୍ପର୍ଶରେ ବର୍ତ୍ତମାନ ଫଳପ୍ରଦ ହୋଇ ଆକୃଷ୍ଟ ହେବାକୁ ଲାଗିଲାଣି l ଏତିକିରେ ନବରଙ୍ଗପୁର ଜିଲ୍ଲା ଗଠନ ହେବାର ଦୀର୍ଘ ୩୧ ବର୍ଷ ପୂର୍ବରୁ ଜିଲ୍ଲା ଭିତ୍ତିକ କାର୍ଯ୍ୟାଳୟ ମାନଙ୍କ ନିର୍ମାଣ ଗୃହର ଅବସ୍ଥା ନଷ୍ଟ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ରହିଛି l ଏହାର ଏକ ବାସ୍ତବ ନମୁନା ନନ୍ଦାହାଣ୍ଡି ବ୍ଳକ ଅଧିନରେ ଥିବା ମେଣ୍ଡ୍ରି ରାଜସ୍ଵ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ କୁ ଦେଖିଲେ ଜଣା ପଡିବ l ପ୍ରଥମେ କାର୍ଯ୍ୟାଳୟ ଗୁଡିକ କାଠ, ଆଜବେଷ୍ଟସ ଛପରରେ ନିର୍ମାଣ ହୋଇ ଥିଲା l କ୍ରମେ କାର୍ଯ୍ୟାଳୟ ର ଆଜବେଷ୍ଟସ୍ ହଟାଯାଇ ସେହି ସ୍ଥାନରେ କଙ୍କ୍ରିଟର ସ୍ଳlପ ଦିଆଗଲା ସିନା ନୂତନ ଗୃହ ନିର୍ମାଣ ହୋଇ ପାରିଲା ନାହିଁ l ତାହାକୁ ପୁଣି ଏମର୍ଜେନ୍ସି ରେ ରିପେରିଂ ମଧ୍ଯ ମଝିରେ କରାଯାଇଥିଲା l ତଥାପି ବର୍ଷା ଦିନେ ବର୍ଷା ପାଣି ଝରି କାର୍ଯ୍ୟାଳୟ ଭିତରେ ସନ୍ତସନ୍ତିଆ ହେଉଛି lମେଣ୍ଡ୍ରି ପଞ୍ଚାୟତ ଦେଇ ଯାଇଥିବା ରାଜ୍ୟ ରାଜପଥ ପାର୍ଶ୍ବରେ ୬ ଟି ମୌଜା ର ୨୨ ହଜାର ଲୋକେ ଏହି ରାଜସ୍ଵ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଉପରେ ନିର୍ଭରଶୀଳ l ପ୍ରତ୍ୟେକ ଦିନ ସାଧାରଣ ଚାଷୀ ମାନଙ୍କ ଠାରୁ ଆରମ୍ଭ କରି ଜମି ମାଲିକ, ଜରି ପାଇଁ ଗରିବ ଲୋକ ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇଥାନ୍ତି l ମୁଖ୍ୟ ରାସ୍ତା ଠାରୁ ୧୦ ଫୁଟ ତଳେ ରହିଥିବା କାର୍ଯ୍ୟାଳୟର ଗୃହ ଟି ଛାତ ସହିତ ସମାନ ଦେଖା ଯାଉଛି l ବର୍ଷା ଦିନରେ ପାଣି କାର୍ଯ୍ୟାଳୟ ପରିସରକୁ ଯାଇ ପାଣି ଜମୁଛି l ଲୋକେ ଯିବା ଆସିବା ରେ ନାହିଁ ନଥିବା ହଇରାଣ ହେଉଛନ୍ତି l ଲୋକଙ୍କ ଗୋଡ ଖସି ପଡୁ ଥିବାର ଦେଖାଯାଉଛି l ବାରମ୍ବାର ବ୍ଳକ, ଜିଲ୍ଲା ପ୍ରଶାସନ କୁ ଜଣାଇଲେ ରିପେରିଂ ପାଇଁ କିଛି ଟଙ୍କା ବରାଦ କରୁଛନ୍ତି l ଯାହା କେବଳ ଠିକାଦାର ଓ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଙ୍କୁ ହିଁ ଫାଇଦା ହେଉଛି l କାର୍ଯ୍ୟାଳୟରେ ଥିବା ଭଙ୍ଗା ଦାଦରା ଟେବୁଲ, ଚେୟାର ଓ ଅତ୍ୟାବଶ୍ୟକ ଲୋକଙ୍କ ନଥିପତ୍ର ଦେଖିଲେ କାର୍ଯ୍ୟାଳୟ ଭଳି ଲାଗୁନି l ଲୋକଙ୍କ ପାଇଁ ବସିବା ପାଇଁ ଜାଗା ନାହିଁ l କାର୍ଯ୍ୟାଳୟ ପାଇଁ ୩୦ ସେଣ୍ଟ ଜାଗା ରହିଛି l ହେଲେ କାର୍ଯ୍ୟାଳୟର ଗୃହକୁ ଦେଖିଲେ ଆବାସ ଯୋଜନା ରେ ଦିଆଯାଇଥିବା ଦୁଇ ବଖରା ଘର ଭଳି ଦେଖାଯାଉଛି l ତେବେ ବାର୍ଷିକ ଲକ୍ଷାଧିକ ଟଙ୍କା ର ରାଜସ୍ଵ ଆଦାୟ କରି ସରକାରଙ୍କୁ ଚାଲାଣ କାଟୁଥିବା କାର୍ଯ୍ୟାଳୟ ଗୃହକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ରୂପାନ୍ତରିକରଣ କରାଯାଇ ଗୃହ ନିର୍ମାଣ କରିବାକୁ ଜନସାଧାରଣରେ ଦୃଢ଼ ଦାବୀ କରାଯାଉଛି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More