ବୌଦ୍ଧ(ସଂଘର୍ଷ ମିଡିଆ ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନ ମୁଣ୍ଡା ଦେଇ ଯାଇଥିବା 57 ନମ୍ୱର ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ତେଲ ନଦୀ ସେତୁ ଟି ଏବେ ସମ୍ପୂର୍ଣ୍ଣ ରୂପେ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି। ଏହି ତେଲ ନଦୀ ସେତୁ ଟି ଦକ୍ଷିଣ ,ପଶ୍ଚିମ ,ଓ ପୂର୍ବ ଓଡ଼ିଶା କୁ ସଂଯୋଗ କରୁଥିବା ବେଳେ ରାଜଧାନୀ ଭୁବନେଶ୍ବର ସହିତ ସିଧା ସଳଖ ଯୋଡିବା ସୋନପୁର ବୌଦ୍ଧ ଦେଇଯାଇଥିବା ତେଲ ନଦୀ ଉପରେ ତିଆରି ହୋଇଥିଲା ତେଲ ସେତୁ ବା ତେଲ ନଦୀ ବ୍ରିଜ।1973 ମସିହାରେ ତତ୍କାଳୀନ ରାଜ୍ୟପାଳ ବି ଡି ଜଟି ଏହାର ଶୁଭ ଉଦ୍ଘାଟନ କରିଥିଲେ। ହେଲେ ଦୁଃଖର କଥା ଆଜକୁ ପ୍ରାୟ ଦୀର୍ଘ ପଚାଶ ବର୍ଷ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସେତୁର ରକ୍ଷଣା ବେକ୍ଷଣ ଅଭାବରୁ ଅନେକ ସ୍ଥାନରେ ଭାଙ୍ଗି ରୁଜୀ ଗଲାଣି। ତୁରନ୍ତ ଏହାର ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି।ବୌଦ୍ଧ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l