ବିପଦ ସଂକେତ ଉପରେ ବୈତରଣୀ, ଧାମନଗର ଓ ଭଣ୍ଡାରିପୋଖରୀର ବହୁ ପଞ୍ଚାୟତ ପାଣି ଘେରରେ

24

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : : ପୁଣି ବୁଲିବାକୁ ଲାଗୁଛି ବୈତରଣୀ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ଜ଼ିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖା ଦେଇଛି । ସପ୍ତାହରେ ଦ୍ଵିତୀୟ ଥର ପାଇଁ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଭଦ୍ରକ ଜିଲ୍ଲାର ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ 17.83 ମିଟର ରହିଥିବା ବେଳେ ଦିନ ୩ଟା ସୁଦ୍ଧା ଜଳସ୍ତର 18.99 ମିଟର ରେ ବନ୍ୟା ଜଳ ପ୍ରବାହିତ ହେଉଛି । ବୈତରଣୀ ନଦୀର ଶାଖା ଗେଙ୍ଗୁଟି, କୋଚିଳା ଆଦି ନଦୀର ଜଳସ୍ତର ମଧ୍ୟ ବଢିବାରେ ବଢିଛି । ଏହା ଦ୍ବାରା ଭଦ୍ରକ ଜିଲ୍ଲାର ଧାମନଗର , ଭଣ୍ଡାରିପୋଖରୀ , ତିହିଡି ଓ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ପ୍ରଭାବିତ ହେବ । ବୈତରଣୀ ନଦୀରେ ବନ୍ୟା ଆସିବା ଯୋଗୁ ଭଣ୍ଡାରିପୋଖରୀ ବ୍ଲକର- ରହଣିଆ, ନପଙ୍ଗ ,କୁରିଆ ଗାଁ ,ମାଳଦା ,ଷୋଳମପୁର ପଞ୍ଚାୟତ ଏବେ ପାଣି ଘେରରେ । ସେହିପରି ଧାମନଗର ବ୍ଲକର – ପଧାନୀ, ସୋହଡା ଦେହୁଡୀ ଆନନ୍ଦପୁର ଖଡିପଦା ପଞ୍ଚାୟତରେ ପାଣି ପସିବା ଯୋଗୁଁ ଲୋକମାନେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକରେ ରାସ୍ତାରେ ପାଣି ଚାଲିଥିବାରୁ ଗମନା ଗମନ ଠପ୍ ହୋଇଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More