ବିପଦ ସଂକୁଳ ଅବସ୍ଥାରେ ଜଗତସିଂହପୁର ଦେବୀ ନଦୀବନ୍ଧ , ସ୍ଥାନୀୟ ଆଞ୍ଚଳବାସୀ ଆତଙ୍କିତ

20

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲା ସଦର ମହକୁମା ଠାରୁ ମାତ୍ର ଛଅ କିଲୋମିଟର ଦୂର ଦେବୀନଦୀ ର ଆଲିପିଙ୍ଗଳ ନିକଟରେ ନଦୀବନ୍ଦ ପ୍ରତି ବିପଦ ଦେଖାଦେଇଛି। ଏକାଧିକ ସ୍ଥାନରେ ମୁସା ଓ କୋକି ଶିଆଳି ନଦୀ ବନ୍ଧ ରେ ଗାତ କରିଥିବାରୁ ବନ୍ୟା ଜଳ ଉକ୍ତ ସ୍ଥାନ ଗୁଡ଼ିକରେ ଘାଇ କରିବା ଭଳି ପରିସ୍ଥିତି ସୃଷ୍ଟି କରିଛି।ଏହି ନଦୀରେ ପ୍ରତି ସେକେଣ୍ଡ ରେ 12.5 ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବାର ଥିବାରୁ ଯେ କୌଣସି ସମୟରେ ବନ୍ଧ ଭାଙ୍ଗିବାର ଆଶଙ୍କା ପ୍ରକାଶ ପାଇଛି।ବିଶେଷ କରି ଆଲିପିଙ୍ଗଳ ନିକଟ ବର୍ତ୍ତି କୋଲର,ଫୁଲାର, କୋରୁଆ ଆଦି ଗ୍ରାମ ନିକଟରେ ନଦୀ ବନ୍ଧ ରେ ମୁସା ଓ କୋକି ଶିଆଳି ଗାତ ଯୋଗୁଁ ବନ୍ଧ ରେ ଫାଟ ସୃଷ୍ଟି ହୋଇଛି। ଦୁଃଖ ର କଥା ହେଲା କିଛିଦିନ ପୂର୍ବରୁ ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ଜଳ ସମ୍ପଦ ବିଭାଗ ର ଯନ୍ତ୍ରୀ ଓ କର୍ମଚାରୀ ମାନେ ଛୋଟ ଗାତ ଚିହ୍ନଟ କରି ଏହାକୁ ଖୋଳି ବଡ଼ କରି ଏକାଧିକ କୋକି ଶିଆଳି ଧରିଥିଲେ।ସେତେବେଳେ ଏହି ପ୍ରସଙ୍ଗ ଆଲୋଚନାର ବିଷୟ ହୋଇଥିଲା।ଜଳସମ୍ପଦ ବିଭାଗ ଯନ୍ତ୍ରୀ ତୁରନ୍ତ ଗାତ ବନ୍ଦ କରାଯିବା ସହ ନଦୀ ବନ୍ଧ ସୁରକ୍ଷା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।କିନ୍ତୁ ଏହା ଉପରେ କୌଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରିବାରୁ ଏହିଗାତରେ ନଦୀ ଜଳ ପ୍ରବେଶ କରି ବନ୍ଧ କୁ ଦୁର୍ବଳ କରିବାର ସମ୍ଭାବନା ଅଛି।ଖବର ଲେଖାହେଲା ବେଳକୁ ନଦୀଜଳ କେତୋଟି ଗାତ ଛୁଇଁ ଥିବାରୁ ନିକଟ ବର୍ତ୍ତି ଗ୍ରାମ ଗୁଡିକର ସହସ୍ରାଧିକ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି।ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଲିପିଙ୍ଗଳ ଜଳସମ୍ପଦ ବିଭାଗ ପକ୍ଷରୁ ବ8ପଦ ସଂକୁଳ ଉପରୋକ୍ତ ନଦୀ ବନ୍ଧରେ ବାଲିବସ୍ତା ଗଛିତ ରଖାଯାଇଛି।ଏ ପରିସ୍ଥିତି ରେ କୌଣସି ପ୍ରକାର ଉକ୍ତ ସ୍ଥାନରେ ଘାଇ ହେଲେ ଏହି ବାଲିବସ୍ତା ପାର୍ଯ୍ୟାପ୍ତ ହେବ ନାହିଁ ବୋଲି ସ୍ଥାନୀୟ ଅଂଚଳ ବାସୀ ଅଭିଯୋଗ କରିଛନ୍ତି।ଯେହେତୁ ଏହି ସ୍ଥାନ ଜିଲା ମୁଖ୍ୟାଳୟରୁ କମ ଦୂରରେ ରହିଛି ତେଣୁ ଜଗତସିଂହପୁର ସହରର ଓ ଆଖପାଖ ଅଞ୍ଚଳର ଲୋକ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି।କେବଳ ଆଲିପିଙ୍ଗଲ ନୁହେଁ ଜଗତସିଂହପୁର ଜଳ ସମ୍ପଦ ବିଭାଗ ଅଧିନ ନଦୀ ବନ୍ଧ ଗୁଡିକର ବିଭିନ୍ନ ସ୍ଥାନରେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି।ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ପ୍ରତିକ୍ରିୟା ରେ କହିଛନ୍ତି ଜଗତସିଂହପୁର ଜଳସମ୍ପଦ ବ8ଭାଗ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ରେ ନଦୀ ଓ କେନାଲ ବନ୍ଧ ମରାମତି, ପୁନରରୁଧାର ଆଳରେ ପାଖାପାଖି ଦଶ କୋଟି ଟଙ୍କା ଅନିୟମିତତା ହୋଇଛି । ଏସମ୍ପର୍କରେ ଜଗତସିଂହପୁର ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ (ଏସ ଇ)ପ୍ରତାପ ଶତପଥୀଙ୍କ ମୋବାଇଲ ନମ୍ବର 9438688037ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More