ବିପଦର ସାଥି ପକ୍ଷରୁ ସହାୟତା ପ୍ରଦାନ

16

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : ବିପଦର ସାଥି ଏ ହେଉଛି ଏକ ସାମାଜିକ ସଂଗଠନ । ଯାହା ଗରିବ ଅସହାୟ ବ୍ଯକ୍ତି କିମ୍ବା ରୋଗାଗ୍ରସ୍ଥ ହୋଇଥିବା ପିଡିତା ମାନଙ୍କୁ ସହାୟତାର ହାତ ବଢ଼ାଇ ଥାଏ । ଏହା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସଂଗଠିତ ସଂଗଠନ ବିପଦର ସାଥି । କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତ ଠାରେ ସଦ୍ୟ ଗଢି ଉଠି ଥିବା ଏକ ସାମାଜିକ ଅନୁଷ୍ଠାନ ବିପଦର ସାଥି ତରଫରୁ ସଭାପତି ଲୋକନାଥ ସାହୁ ଓ ସମ୍ପାଦକ ଲିଆକତ ଅଲ୍ଲୀ ଖାଁନ ଙ୍କ ନେତୃତ୍ବରେ ଉକ୍ତ ଗ୍ରାମ ପଞ୍ଚାୟତ ସ୍ଥିତ ମେରୁଦଣ୍ଡ ଜନିତ ରୋଗର ପୀଡ଼ିତ ଶେଖ୍ ଆଲାଉଦ୍ଦିନ,ପକ୍ଷାଘାତ ପୀଡ଼ିତ ପୁସି ଭୋଇ,ପକ୍ଷାଘାତ ପୀଡ଼ିତ ବର୍କାତୁନ ବିବି, ଉକ୍ତ କାର୍ଯ୍ୟକ୍ରମରେ ଉପ ସଭାପତି ତାଜମୁଲ୍ ତାତାରି,ଉପଦେଷ୍ଟା ଶୟଦ୍ ସାଜିଦ ଅଲ୍ଲୀ,ଯୁଗ୍ମ ସମ୍ପାଦକ ସୁନାକର ଭୋଇ,ଅବଦୁଲ ସଲାମ,ନକିଉନ ତାତାରି,ଅବଦୁଲ ବୁରହାନ, ସାବିର୍ ଅଲ୍ଲୀ,ମହମ୍ମଦ ଅଲ୍ଲୀ, ମୌଲାନା ଇଫ୍ତେଖାର,ଅକ୍ଷୟ ବେହେରା,ଜଟି ଭୋଇ,ଅବଦୁଲ ରହିମ, ରମଜାନ ଅଲ୍ଲୀ ଖାଁନ, ଉପସ୍ଥିତ ଗ୍ରାମବାସୀ ଓ ସଙ୍ଘର ଅନ୍ଯାନ୍ଯ ସଭ୍ୟଙ୍କ ଉପସ୍ଥିତିରେ ଆର୍ଥିକ ସହାୟତା ଓ କିଛି ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ଆଗାମୀ ଦିନମାନଙ୍କରେ ଉକ୍ତ କାର୍ଯ୍ୟକ୍ରମ ଏହି ଭଳି ଜାରି ରହିବ ବୋଲି ସଂଘର ସଭାପତି ଓ ସମ୍ପାଦକ ଘୋଷଣା କରିଛନ୍ତି । ଯାହାକି ସ୍ଥାନୀୟ ଗରିବ ଅସହାୟ ଦୁଃଖୀ ଓ ରୋଗାଗ୍ରସ୍ଥ ବ୍ୟକ୍ତି ତଥା ବିପଦରେ ପଡ଼ିଥିବା ଜନ ସାଧାରଣଙ୍କ ମନରେ ବଂଚିବାର ଆଶା ସଞ୍ଚାର କରିଛି । ଉକ୍ତ କାର୍ଯ୍ୟକ୍ରମକୁ ସମଗ୍ର ଅଞ୍ଚଳବାସୀମାନେ ସାଧୁବାଦ ଜଣାଇବା ସହିତ ଭୁୟଶ୍ରୀ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More