କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଝାରପଡା ଗ୍ରାମପଞ୍ଚାୟତ ପୋଲଟି ଅତି ବିପଦପୂର୍ଣ ଅବସ୍ଥାରେ ଅଛି।ବାଇଶି ମୌଜା ଲୋକେ କଟକ, ଭୁବନେଶ୍ୱରକୁ ଯିବା ପାଇଁ ଏହି ପୋଲଟି ଉପରେ ନିର୍ଭର କରନ୍ତି। ଝାରପଡା ବ୍ରିଜ ପାର ହେଲାପରେ ପୋଲଟି ପଡିଥାଏ।ଅତି ସରୁ ପୋଲ ହୋଇଥିବାରୁ ଗୋଟେ ଚାରି ଚକିଆ ଯାନ ଗଲେ ଅନ୍ୟମାନେ ଯାଇପାରନ୍ତି ନାହିଁ।ବହୁଲୋକ ଦୁର୍ଘଟଣାରେ ଆହତ ହୋଇଛନ୍ତି।ଭାରି ଯାନ ଯିବାପାଇଁ କଟକଣା ହୋଇଥିଲେ ବି ଠିକରେ ପାଳନ ହେଉନଥିବା ସ୍ଥାନୀୟ ଜନସାଧାରଣ କହୁଛନ୍ତି। ବଡ ଗାଡି ଯିବା ଆସିବା କରି ରାସ୍ତାଟି ସମ୍ପୁର୍ଣ୍ଣ ଖାଲ ଢ଼ିପ ହୋଇଗଲାଣି। ସ୍ଥାନୀୟ ଲୋକଙ୍କ ଅନୁରୋଧ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନୂତନ ଚଉଡା ପୋଲ ତିଆରି କଲେ ଲୋକେ ଉପକୃତ ହେବେ। କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସ,ରାଖଲଙ୍କ ରିପୋର୍ଟ ସନହର୍ଷ ମିଡିଆ ।