କନ୍ଧମାଳ ( ସଂଘର୍ଷ ମିଡିଆ ) : କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକରେ ମାଣି କେଶ୍ୱର ପଞ୍ଚାୟତର ବରେପାଙ୍ଗା ଠାରୁ ପାଟଳିପାଙ୍ଗା ଯିବା ରାସ୍ତା ମଧ୍ୟରେ ଗୋଟିଏ ପୋଲ ଅଛି ବର୍ତ୍ତମାନ ତାହା ବିପଦପୂର୍ଣ୍ଣ ଅବସ୍ଥାରେ । ସେହି ପୋଲ ବହୁତ ଶିଘ୍ର ଭାଙ୍ଗିଯିବାର ଅଧିକ ସମ୍ଭାବନା ଅଛି ସେହି ପୋଲ ଯଦି ଭାଙ୍ଗିଯାଏ ତାହା ହେଲେ ପାଟଳିପାଙ୍ଗା ଗ୍ରାମବାସି ଓ ବରେପାଙ୍ଗା ଗ୍ରାମବାସି ଓ ସେହି ନିର୍ଭର କରୁଥିବା ଯାତାୟତ କରି ପାରିବେ ନାହିଁ । ଏହି ପୋଲ ବିଷୟରେ ରାଇକିଆ ବ୍ଲକ ଉନ୍ନୟନ ଅଧିକାରୀ ଏଵଂ ତାସିଲଦାର ଓ ସରପଞ୍ଚ ଜୟସନ ପ୍ରଧାନ,କାଳିଦାଶ ପ୍ରଧାନ,ସୁକାନ୍ତ ବେହେରା, ବାସୁଦେବ ପ୍ରଧାନ, ବିଷ୍ଣୁ ପ୍ରଧାନ, ଯୁଆନ ପ୍ରଧାନ, ପତିନା ପ୍ରଧାନ, କୋୖସଲିୟା ପ୍ରଧାନ, ଲିଖିତ ମାଧ୍ୟମରେ ଅଭିଯୋଗ କଲାପରେ ମଧ୍ୟ ଗ୍ରାମବାସୀଙ୍କ କଥା କେହି ଶୁଣିବାକୁ ନାରାଜ । ସେଥିପାଇଁ ଗ୍ରାମ ବାସି ଲିଖିତ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଜଣାଇ ଛନ୍ତି ପୋଲ ଭାଙ୍ଗି ଆସନ୍ତା ଦିନରେ ଲୋକମାନଙ୍କର ଧନ ଜିବନ ପ୍ରତି କୋୖଣସି କ୍ଷୟକ୍ଷତି ଘଟିଲେ ସରକାର ଦାୟୀ ରହିବେ ବୋଲି ଗ୍ରାମବାସି ଲିଖିତ ମାଧ୍ୟମରେ ଜଣାଇ ଛନ୍ତି । ଏହି ପୋଲଟି ଉପରେ ବହୁତ ଚିକଣ ଦେଖାଯାଉଛି କିନ୍ତୁ ତଳପଟେ ବହୁତ ଖରାପ ଅବସ୍ଥାରେ ଅଛି ଏଵଂ ଏହି ରାସ୍ତା ଦେଇ ପୋଲ ଉପରେ ୪ରୁ୬ ଚକିଆ ଲୋଡ଼ ଯାନ ବାହାନ ଯାତାୟତ କରେ । ତେଣୁ ସରକାରଙ୍କୁ ପଞ୍ଚାୟତ ବାସି ଅନୁରୋଧ କ୍ରମେ ଉକ୍ତ ପୋଲ ଟିର ପୁନରୁଧାର କଲେ ପଞ୍ଚାୟତ ବାସି ଉକ୍ତ ଦୁର୍ଘଟଣା ପୂର୍ବରୁ ରୁ ବଞ୍ଚିତ ହେବେ । ଦେଖାଯାଉ ଉକ୍ତ ପୋଲ ଟିର ଦୁର୍ଘଟଣା ପୂର୍ବରୁ କରାଯିବ ନା ଦୁର୍ଘଟଣା ପରେ କରାଯିବ।