କଟକ(ସଂଘର୍ଷ ମିଡିଆ ) : ବିନା GST ରେ ସୁନା ଗହଣା ବିକ୍ରି କରିବା ଅଭିଯୋଗରେ କଟକ ମାଲଗୋଦାମ ଥାନା ପୋଲିସ କିଛି ବ୍ୟବସାୟୀ ଙ୍କୁ ଅଟକ ରଖିଛି। ସେମାନଙ୍କ ଠାରୁ ବିପୁଳ ପରିମାଣର ସୁନା ଗହଣା ଜବତ କରାଯାଇଛି।ପାଖାପାଖି ୧୪ କ୍ୟାରେଟ ର ଦୁଇ କେଜି ୨୯ ଗ୍ରାମର ସୁନା ଅଳଙ୍କାର ଓ ୨୭.୨୮ ଗ୍ରାମ ସୁନା କୋଟିଙ୍ଗ ଥିବା ଅଳଙ୍କାରକୁ ଜବତ କରିଛି ପୋଲିସ୍। ଅଟକ ବେପାରୀମାନେ ହେଲେ ପଞ୍ଜାବ ଅମୃତସରର ଗୁରୁଜିତ ସିଂ ଓ ମନପ୍ରୀତ ସିଂ। ଉଭୟ ଗୁରୁଜିତ ଓ ମନପ୍ରତି ପଞ୍ଜାବରୁ ସୁନା ଆଣି ଫାଙ୍କି ସେଗୁଡିକୁ କଟକରେ ବିକ୍ରି କରୁଥିଲେ। ମାଲଗୋଦାମ ଥାନା ପୋଲିସ ବିଶେଷ ସୁତ୍ରରୁ ସୂଚନା ପାଇବା ପରେ ସେମାନଙ୍କୁ କଟକ ରେଳ ଷ୍ଟେସନ ରୁ ଏହି ଦୁଇ ବେପାରୀଙ୍କୁ ଧରିଥିଲା। ଏହା ପରେ ପୋଲିସ GST ବିଭାଗକୁ ସୂଚନା ଦେଇଥିଲା। GST ବିଭାଗ ଘଟଣା ର ତଦନ୍ତ ଆରମ୍ଭ କରି ଗୁରୁଜିତ ଓ ମନପ୍ରତିଙ୍କ ଠାରୁ ଏକ ଲକ୍ଷ ୬୫ ହଜାର ଟଙ୍କା ର ଜରିମାନା ସହିତ ମୋଟ ୩ ଲକ୍ଷ ୨୩ ହଜାର ଟଙ୍କାର ଟିକଟ ଆଦାୟ କରିଛି। ତେବେ କଟକରେ କେଉଁ ଅଳଙ୍କାର ଦୋକାନରେ ସୁନା ବିକ୍ରି କରିଛନ୍ତି ତାହାର ତଦନ୍ତ ଆରମ୍ଭ କରାଯାଇ ଥିବା କହିଛନ୍ତି କଟକ ଡିସିପି। ବର୍ତ୍ତମାନ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ଅଟକ ଥିବା ଦୁଇ ବେପାରୀଙ୍କ ଫଟୋ ବା ଭିଡିଓ ଗଣମାଧ୍ୟମକୁ ପୋଲିସ୍ ବା ଜିଏସ୍ ଟି ପକ୍ଷରୁ ଦିଆଯାଇନାହିଁ।
Get real time updates directly on you device, subscribe now.