ରମ୍ଭା ( ସଂଘର୍ଷ ମିଡିଆ ) : ଦୀର୍ଘ ୩୦ବର୍ଷ ଧରି ବାସ କରିଆସୁ ଥିବା ଘରକୁ ବିନା ସରକାରୀ ନୋଟିସରେ ଜେଶିବ ଲଗାଇ ଘର ଭାଙ୍ଗି ଦେବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ରମ୍ଭା ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ । ସୁଚନାମୁତାବକ ଗଞ୍ଜାମ ଜିଲ୍ଲା ରମ୍ଭା ଏନଏସିର ପାଞ୍ଚ ନମ୍ବର ୱାଡ଼ର ଥାନା ପାର୍ଶ୍ଵ ବଜ଼ାର ଠାରେ ଦୀର୍ଘ ୩୦ବର୍ଷ ଧରି ରହିଆସୁଛନ୍ତି ପି.ଦେବନ୍ଦ୍ର ପୃଷ୍ଟିଙ୍କ ପରିବାର । ଆଜି ପର୍ଯ୍ୟନ୍ତ ଘର ଟେକ୍ସ ଏନଏସିରେ ପୈଠ କରିବା ସହ ସରକାରୀ ଯୋଜନାରେ ଘରକୁ ପାନୀୟ ଜଳ ଯୋଗାଣ ,ବିଦ୍ୟୁତ ସଂଯୋଗ ପାଇଁ ଏନଏସି ପକ୍ଷରୁ ଆପତ୍ତି ବିହୀନ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା ବେଳେ ତାହାର ବିଲ ମଧ୍ୟ ଠିକ ସମୟରେ ପୈଠ କରିଆସୁଛନ୍ତି । ତେବେ ବର୍ତ୍ତମାନ ସମୟରେ ।ବିନା ନୋଟିସରେ 15 ଦିନ ମଧ୍ୟରେ ଘର ଖାଲି କରିବାକୁ ନିର୍ଦେଶ ଦେଇଛନ୍ତି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବପ୍ନା ରାଣୀ ପାଢ଼ୀ । ଏନେଇ କାର୍ଯ୍ୟାଳୟକୁ ଡାକି ଏହା ସରକାରୀ ଜାଗା ଏଠାରେ ରହିବାକୁ ଚାହୁଁଛନ୍ତି ତାହାଲେ ଦଶ ଲକ୍ଷ ଟଙ୍କା ପୈଠ କର ତମ ନାଁରେ ପଟ୍ଟା କରାଇଦେବୀ, ନଚେତ ଜେସିବ ଲଗାଇ ଘର ଭାଙ୍ଗି ଦେବି ଏହିଭଳି ଧମକ ଦେଇ ଦବଙ୍ଗଗିରି କରୁଥିବା ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି ଦେ ପି. ଦେଵନ୍ଦ୍ର ଙ୍କ ପରିବାର । ଅନ୍ୟପକ୍ଷରେ ତିନି ଝିଅ , ସ୍ୱାମୀ ଙ୍କୁ ନେଇ କୁଆଡେ ଯିବି,ଆମେ ସ୍ବାମୀ ଓ ସ୍ତ୍ରୀ ଡାଇବେଟିସ ରୋଗରେ ପୀଡ଼ିତ ଆମେ କଣ କରିବୁ।ଆମାର ଘର ଭଙ୍ଗାଗଲେ ସହ ପରିବାର ଆତ୍ମହତ୍ୟା କରିବୁ ଏଥିପାଇଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟୀ ରହିବେ ବୋଲି ଧମକ ଦେଇଛନ୍ତି । ଦେବେନ୍ଦ୍ରଙ୍କ ସ୍ତ୍ରୀ ପି.ପୁଷ୍ପଳତା ପୃଷ୍ଟି। ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ୩୦ବର୍ଷ ଧରି ବାସ କରିଆସୁଥିବା ଘରକୁ କେମିତି ବିନା ନୋଟିସ ରେ ଭାଙ୍ଗି ଦେବେ ବୋଲି ଧମକ ଦେଉଛନ୍ତି ନିର୍ବାହୀ ଅଧିକାରୀ । ୫ଟି ଓ ମୋ ସରକାର ଯୋଜନାରେ ଗରିବ ଓ ଅସହାୟ ଙ୍କୁ ଥାଇଥାନ କରିବା ସରକାର ଯୋଜନା କରୁଥିବା ବେଳେ, ଜଣେ ପ୍ରଶାସନ ଅଧିକାରୀ ଙ୍କ ବିରୋଧରେ ଏଭଳି ଅଭିଯୋଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏନେଇ ସ୍ଥାନୀୟ ସମାଜ ସେବୀ ଭୀମସେନ ବେହେରା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟଶୈଳୀ କୁ ନେଇ ପ୍ରଶ୍ନ ଉଠାଇଇଥିବା ବେଳେ , କାର୍ଯ୍ୟନିର୍ବାହୀ ଅଧିକାରୀ ପାଢ଼ୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦେଖି କିଛି କହିପାରିବି ନାହିଁ ବୋଲି କହି ଉଠିପଳାଇଥିଲେ । ତେବେ ଏହାରି ଭିତରେ ଆମେ ଆଶା କରିବା ଘଟଣାର ସତ୍ୟତା କଣ ତଦନ୍ତ କରାଯାଇ ଉକ୍ତ ପରିବାରକୁ ଉପଯୁକ୍ତ ନ୍ୟାୟ ମିଳୁ ।