ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ କାଯ୍ୟାଳୟରେ ସୌନ୍ଦର୍ଯ୍ୟକରଣ ପାଇଁ ଏକ ବିରାଟ ଫାଟକ ନିର୍ମାଣ କରାଯାଇଛି। ପାଞ୍ଚ ବର୍ଷ ହେବ ଫାଟକରେ ନାମ ଫଳକ ନଥିବାରୁ ,ବିଭିନ୍ନ ଅଂଚଳରୁ ପ୍ରଥମ ଥର ପାଇଁ ଆସୁଥିବା ଲୋକମାନେ ଦ୍ଵନ୍ଦରେ ପଡୁଛନ୍ତି। କାରଣ ବିରିଡ଼ି ବ୍ଲକ କାଯ୍ୟାଳୟକୁ ଲାଗି ତହସିଲ କାଯ୍ୟାଳୟ ଓ ଗୋଷ୍ଟୀ ସ୍ୱ।ସ୍ଥ୍ୟ କେନ୍ଦ୍ର ରହିଛି। ତେଣୁ ଦୂର ଦୂରାନ୍ତରୁ ଆସୁଥିବା ରୋଗୀମାନେ ବାଟବାଣ ହୋଇ ବ୍ଲକ କାଯ୍ୟାଳୟ ପରିସରକୁ ଚାଲି ଯାଇଥାନ୍ତି। ଏଭଳି ସମସ୍ୟା ଦୀର୍ଘ ଦିନ ହେବ ଲାଗି ରହିଛି। ବିଭିନ୍ନ ସମୟରେ ଜଗତସିଂହପୁର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ପଦାଧିକାରୀମାନେ ବ୍ଲକ କାଯ୍ୟାଳୟକୁ ଆସୁଥିଲେ ସୁଦ୍ଧା ଏହି ଛୋଟ ସମସ୍ୟାଟି କାହାର ଦୃଷ୍ଟିକୁ ଆସୁନଥିବା ଅଭିଯୋଗ ହୋଇଛି। ଏଣୁ ସେଠାରେ ତୁରନ୍ତ ନାମ ଫଳକ ଲେଖିବା ପାଇଁ ସାଧାରଣରେ ଦାବି ହେଉଛି। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।