ଜଗତସିଂହପୁର(ସଂଘର୍ଷ ନୀଉଜ) : ବିରିଡି ଥାନା ପୋଲିସ ବିରିଡି ବ୍ଲକର ମାଣିତ୍ରି ଗ୍ରାମର ପ୍ରମୋଦ ଜେନାଙ୍କୁ ବିନା କାରଣରେ ଗିରଫ କରି କୋର୍ଟ ଫରୱାର୍ଡ଼ କରିଛି । ଏଥି ପାଇଁ ଆଜି ଭାରତୀୟ ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ସହ ସହ ବିଜେପି କର୍ମୀ ମିଶି ବିରିଡି ଥାନାକୁ ଘେରାଉ କରିବା ସହିତ ଥାନା ଅଧିକାରୀଙ୍କୁ ବଦଳି କରିବାକୁ ଦାବି କରିଥିଲେ। ଏଥିରେ ତିର୍ତୋଲ ବିଜେପି ବିଧାୟକ ପାର୍ଥି ରମାକାନ୍ତ ଭୋଇ,ସାଧାରଣ ସମ୍ପାଦକ ବିଭୁତି ଭୂଷଣ ଭୂୟାଁ, ସୁଦର୍ଶନ ପଣ୍ଡା, ତପନ କୁମାର ଦାସ, ମହିଳା ମୋର୍ଚ୍ଚା କ୍ରିଷ୍ଣା ମହାନ୍ତି ଏବଂ ଜଗନ୍ନାଥ ଦାସ ପ୍ରମୁଖ ଶତାଧିକ କର୍ମୀ ଏହି ଥାନା ଘେରାଉରେ ସାମିଲ ଥିଲେ ।