ବିଧିର ବିଧାନ ବଡ ବିଚିତ୍ର , ଦୀର୍ଘ ୩୦ ବର୍ଷ ପରେ ଘରକୁ ଫେରିଲା ଝିଅ

55

Get real time updates directly on you device, subscribe now.

କନ୍ଧମାଳ(ସଂଘର୍ଷ ମିଡିଆ) :- କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ଗୁମାମାହା ପଞ୍ଚାୟତର ଗୁଜାପାଙ୍ଗା ଗ୍ରାମର କୃଷ୍ଣଚନ୍ଦ୍ର ରଣା । ତାଙ୍କର ୫ଟି ପୁଆ ଓ ଝିଅ । ଆର୍ଥିକ ଅନାଟନ ହେତୁ ୧୯୯୩ ମସିହାରେ ନିଜର ୩ ମାସର ଶିଶୁ କନ୍ୟାକୁ ଘୁ.ଉଦୟଗିରି ସୁଭଦ୍ରା ମହତାବ ଆଶ୍ରମ ଠାରେ ଛାଡ଼ିଥିଲେ । କିଛି ଦିନ ପର୍ଯ୍ୟନ୍ତ ମାମିନାଙ୍କ ସମ୍ପର୍କରେ ରହି ଥିଲେ ପରିବାର ଲୋକ । ତାପରେ ପରିବାର ଲୋକଙ୍କ ସହ ମାମିନାର ସମ୍ପର୍କ ଛିନ୍ନ ହୋଇଥିଲା । ପରିବାର ଲୋକ ମାମିନାଙ୍କ କୌଣସି ଖୋଜ ଖବର ପାଇନଥିଲେ । ହେଲେ ଦୀର୍ଘ ୩୦ ବର୍ଷ ପରେ ମାମିନା ନିଜ ପରିଚୟ, ପରିବାର ଓ ଜନ୍ମମାଟିର ପରିଚୟ ପାଇବାରେ ସଫଳ ହୋଇଛି । ସେହି ଜନ୍ମମାଟି ଓ ପରିବାରର ସ୍ନେହ ଓ ଶ୍ରଦ୍ଧା ନିଜ ଜନ୍ମମାଟିକୁ ଟାଣିଆଣିଛି । ସେହି ୩ ମାସର ଶିଶୁକନ୍ୟା ମାମିନା ରାଣା ଆଜି ୩୦ ବର୍ଷ ବୟସରେ ନିଜ ମାତୃଭୂମିକୁ ଓ ପରିବାରକୁ ଫେରିଛନ୍ତି । ବହୁ ପୂର୍ବେ ୟୁକେ ବେଲଜିୟମ ଦମ୍ପତି ଏହି ଶିଶୁକନ୍ୟାକୁ ପୋଷ୍ୟା କନ୍ୟା ରୁପେ ସରକାରୀ ନିୟମ ଅନୁସାରେ ଗ୍ରହଣ କରିଥିଲେ । କିନ୍ତୁ କିଛି ବର୍ଷ ପରେ ସେହି ଝିଅ କମ୍ବୋଡିଆ ବୁଲିଯାଇଥିବା ବେଳେ ସେଠାକାର ଅଂଗ୍ଲୋ ଇଣ୍ଡିଆନମାନେ ମାମିନାକୁ ପ୍ରଶ୍ନ କରିଥିଲେ କି ତୁମେ କଣ ଅଂଗ୍ଲୋ ଇଣ୍ଡିଆନ କି? ଏହି ପ୍ରଶ୍ନ ମାମିନାକୁ ଜନ୍ମ ମାଟିକୁ ମନେ ପକେଇବା ପାଇଁ ବାଧ୍ୟ କରିଥିଲା । ଶେଷରେ ମାମିନା ନିଜର ପରିଚୟ ଖୋଜିବା ପାଇଁ ଆରମ୍ଭ କରିଥିଲେ । ତାପରେ ସେ ନିଜ ପାଳିତ ବାପା ମାଁଙ୍କୁ ନିଜ ବିଷୟରେ ପଚାରିଥିଲେ । ସେ ଜଣେ ଭାରତୀୟ ତାଙ୍କୁ ପୋଷ୍ୟା କନ୍ୟା ରୂପେ ବେଲଜିୟମର ପରିବାର ଲାଳନ ପାଳନ କରି ଥିବା ଜାଣି ବାକୁ ପାଇ ଥିଲା ମାମିନା । ଏହି ସମୟରେ ବେଲଜିୟମର ଜଣେ ବ୍ୟକ୍ତି ତାଙ୍କର ଜନ୍ମ ସମ୍ପର୍କିତ ଦସ୍ତାବିଜ ମାମିନାକୁ ପ୍ରଦାନ କରିଥିଲେ । ଏହା ପାଇବା ପରେ ଅଞ୍ଜଳି ପାୱାର ନାମକ ଜଣେ ପୁନେର ମହିଳା ଆଇନ ଜୀବିଙ୍କ ସଂସ୍ଥା ସହ ସମ୍ପର୍କରେ ଆସିଥିଲେ ମାମିନା । ଶେଷରେ ମାମିନା ସେହି ସଂସ୍ଥାର ସହାୟତାରେ ନିଜ ଜନ୍ମମାଟି ନିଜ ସ୍ୱାମୀଙ୍କ ସହ ଦୀର୍ଘ ୨୯ ବର୍ଷ ପରେ ଆସି ପହଂଚିଛନ୍ତି । ବର୍ତମାନ ସେ ଜଣେ ଉଚ୍ଚ ଶିକ୍ଷିତ ମହିଳା ଓ ବିବାହିତା ବେଲଜିୟମ ନାଗରିକ । ନିଜ ପରିବାରକୁ ପାଖରେ ପାଇ ମାମିନା ବହୁତ୍ ଖୁସି ଅନୁଭବ କରୁଥିବା ପ୍ରକାଶ କରିବା ସହ ଏହି ଅଞ୍ଚଳ ମୋ ଜନ୍ମଭୂମି ଓ ଭାରତ ମୋ ଦେଶ ବୋଲି ଗର୍ବର ସହ କହିବା ବେଳେ ଭାବୋ ବିହ୍ୱୋଳ ହୋଇଥିବା ଦେଖିବାକୁ ମିଳିଛି । ମାନିଆଙ୍କ ଭଉଣୀ ଓ ବାପ ଆଜି ଘୁ. ଉଦୟଗିରି ଠାରେ ଦୀର୍ଘ ସମୟ ଧରି ଚାତକ ପରି ଆସିବା ବାଟକୁ ଅନେଇ ବସିଥିଲେ । ସେହି ତିନି ମାସର ଶିଶୁ କନ୍ୟା ମାମିନା କେତେ ବେଳେ ପହଞ୍ଚିବ । ଘୁ. ଉଦୟଗିରିରେ ମାମିନା ପହଞ୍ଚିବା ପରେ ପରିବାର ଲୋକ ଦେଖି ବିହ୍ୱୋଳ ହୋଇ ଥିଲେ l କନ୍ଧମାଳ ଜିଲ୍ଲା, ବାଲିଗୁଡା ସବ ଡିଭିଜନରୁ ଉତ୍ତମ ନାଥ ଦିଗାଲଙ୍କ ରିପୋର୍ଟ ସଂଘର୍ଷ ନିୟୁଜ

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More