ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କୁ ଶେଷ ଦର୍ଶନ କଲେ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା

12

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : ପଦ୍ମପୁର ବିଧାୟକ ଆଉ ନାହାନ୍ତି l ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଗତ ରବିବାର ରାତିରେ ଭୁବନେଶ୍ଵର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥା ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ (୬୪) ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ବିଧାୟକ ଶ୍ରୀ ବରିହା ପଦ୍ମପୁର ନିର୍ବାଚନମଣ୍ଡଳୀରୁ ୫ ଥର ବିଜୟ ଲାଭ କରି ବିଧାୟକ ହୋଇଥିଲେ । ସେ ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ କ୍ୟାବିନେଟ ଭାବେ ରହିଥିବା ବେଳେ ବରଗଡ଼ ଜିଲ୍ଲାର ବିଜେଡି ଜିଲ୍ଲା ସଭାପତି ଭାବେରେ ରହି ସୁଚାରୁରୂପେ କାର୍ଯ୍ୟ ନିର୍ବାହ କରୁଥିଲେ ।ଆଜି ଭୁବନେଶ୍ୱର ଠାରୁ ତାଙ୍କ ମର ଶରୀରକୁ ତାଙ୍କ ବାସଭବନ କୁ ନିଆଯାଉଥିବା ବେଳେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଜାତୀୟ ରାଜପଥ ୫୭ ନମ୍ବର ମନମୁଣ୍ଡା ଗାନ୍ଧୀ ଛକ ଠାରେ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି ,ପ୍ରକାଶ ମେହେର, ଯାନି ସେନାପତି ଓ ଅନେକ ବିଜେଡି କର୍ମୀ ଉପସ୍ଥିତ ରହି ବରିହାଙ୍କ ଶେଷ ଦର୍ଶନ କରିବା ସହ ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସଙ୍ଗେ ସଙ୍ଗେ ଶୋକ ପ୍ରକାଶ କରିଥିଲେ। ପଦ୍ମପୁର ତଥା ବରଗଡ଼ ଜିଲ୍ଲାରେ ଟାଣୁଆ ନେତା ତଥା ବିଜୟ ବାବୁ ନାମରେ ବେଶ୍ ପରିଚିତ ଥିଲେ । ତାଙ୍କର ପରଲୋକ ପ୍ରଚାରିତ ହେବା ପରେ ଅକାଳ ବିୟୋଗରେ ପଦ୍ମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କୁ ଝୁରୁଛି ସାରା ଓଡ଼ିଶା । ତାଙ୍କର ପଛରେ ଧର୍ମପତ୍ନୀ, ଏକ ମାତ୍ର ପୁଅ ଭୋଜରାଜ ସିଂ ବରିହା, ଦୁଇ ଝିଅ, ଜ୍ୱାଇଁ, ପରିବାର ଲୋକେ ଉପସ୍ଥିତ ଥିବାର ସୂଚନା ମିଳିଛି।ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More