ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ନରସିଂହପୁର ଓକିଲ ସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

13

Get real time updates directly on you device, subscribe now.

ନରସିଂହପୁର(ସଂଘର୍ଷ ମିଡିଆ) : ଆଜି ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ସମୟରେ ନରସିଂହପୁର ଓକିଲ ସଂଘ ପକ୍ଷରୁ ସଂଘ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶାର ବରେଣ୍ୟ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ସଂଘର ସଭାପତି ନିର୍ମଳେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ବିଧାୟକ ଶ୍ରୀ ମିଶ୍ରଙ୍କୁ ସଂଘ ପକ୍ଷରୁ ଉତ୍ତରୀୟ,ପୁଷଗୁଛ ସହିତ ମାନପତ୍ର ଦିଆଯାଇ ଉଛସ୍ୱିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମାନପତ୍ରକୁ ସଂଘର ଗ୍ରନ୍ଥାଗାରିକ ଆଇନଜୀବୀ ଦେବଦତ୍ତ ମଳୟ କୁମାର ବରାଳ ପଠନ କରିଥିଲେ।ଦୀର୍ଘ ଦିନ ଧରି ବଡମ୍ବା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ପ୍ରତ୍ୟକ୍ଷ ଭାବେ ଓଡିଶା ରାଜନୀତିରେ ରହି ନରସିଂହପୁର ଅଞ୍ଚଳର ସାମଗ୍ରିକ ବିକାଶରେ ନିଜକୁ ସାମିଲ କରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି।ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି।ନରସିଂହପୁର ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଧାୟକ ଶ୍ରୀ ମିଶ୍ରଙ୍କ ପ୍ରତ୍ୟକ୍ଷ ପ୍ରଚେଷ୍ଟା ଦ୍ୱାରା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦୀର୍ଘ ଦିନରୁ ଦାବୀ ହୋଇ ଆସୁଥିବା ଯୋଡୁମ ଫାଣ୍ଡିକୁ ଥାନାର ମାନ୍ୟତା ଦେଇଛନ୍ତି।ଆଗାମୀ ଦିନରେ ଖୁବଶୀଘ୍ର ସରକାରଙ୍କ ଅନୁମୋଦନ କ୍ରମେ ନରସିଂହପୁରରେ ସବ-ଜଜ କୋର୍ଟ ପ୍ରତିଷ୍ଠା ହେବାକୁ ନେଇ ଉକ୍ତ ମାନପତ୍ରରେ ଆଲେଖ୍ୟ ରହିଛି। ଏହି ଅବସରରେ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିବା ଅନ୍ୟତମ ବରେଣ୍ୟ ଅତିଥି ସଂମ୍ମାନୀୟ କଟକ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ର, ସଂମ୍ମାନୀୟା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ଜେନାଙ୍କୁ ଉତ୍ତରୀୟ ସହିତ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।କାଠଖୁଣ୍ଟ ସମିତି ସଭ୍ୟ ନିର୍ମଳ କୁମାର ଜେନା, ଓକିଲ ସଂଘର ଉପ ସଭାପତି ଅଶୋକ କୁମାର ଶତପଥୀ,ସହ ସମ୍ପାଦକ ନିଗମାନଦ ପଣ୍ଡା, କୋଷାଧ୍ୟକ୍ଷ ଅମର ସିଂହ, ପ୍ରମୁଖ ଯୋଗଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More