ନବରଙ୍ଗପୁର (ସଂଘର୍ଷ ମିଡିଆ ) : – ବିଧାୟକ ଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ପରେ ନବରଙ୍ଗପୁର ରାଜନୀତି ରେ ଝଡ଼ ସୃଷ୍ଟି ହୋଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଜନୈକ ଯୁବତୀଙ୍କ ଯୌନ ନିର୍ଯାତନା ଅଭିଯଗ ପରେ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଘଟଣାକୁ ବିରୋଧ କରାଯାଇଛି । ନବରଙ୍ଗପୁର ସହର ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖ ଜାତୀୟ ରାଜପଥରେ କଂଗ୍ରେସ ଦଳ ପକ୍ଷରୁ ବିଧାୟକ ପ୍ରକାଶ ମାଝୀଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହିତ ଯୌନ କେଳେଙ୍କାରୀ ,ଭ୍ରୁଣ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ଏବଂ ପିଡିତାଙ୍କୁ ହତ୍ୟା ଧମକ ଦେଇଥିବା ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରିଛି ଜିଲ୍ଲା କଂଗ୍ରେସ। ଅନ୍ୟପଟେ ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ବିଧାୟକ ପ୍ରକାଶ ମାଝୀଙ୍କ ଇସ୍ତଫା ଦାବି କରାଯିବା ସହିତ ବିଧାୟକଙ୍କ ଗିରଫଦାରୀ ଦାବି କରାଯାଇଛି । ଏହାସହ ବିଜେପି ଉମରକୋଟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ପ୍ରକାଶ ମାଝୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।ଆଗାମୀ ଦିନରେ ଯଦି ଘଟଣା କୁ ଘଣ୍ଟ ଘୋଡେଇବା ପାଇଁ ସରକାର ଚେଷ୍ଟା କରନ୍ତି, ତେବେ ଜିଲ୍ଲା ର ସମସ୍ତ ଥାନା ଘେରାଉ ସହ ଜିଲ୍ଲା ବନ୍ଦ ର ଡାକରା ଦିଆଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ଦୁଇ ବିରୋଧୀ କଂଗ୍ରେସ ଆଉ ବିଜେପି ଦଳ।