ବିଧାୟକଙ୍କ କଥା ପ୍ରଶାସନ ଶୁଣୁନି ପ୍ରଶାସନ, ଅସହାୟ ବିଧାୟକ ହେଲେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

13

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ ) : – ପ୍ରଶାସନ ବିଧାୟକମାନଙ୍କ କଥା ଶୁଣୁ ନାହାନ୍ତି କି କାର୍ଯ୍ୟକାରୀ କରୁ ନାହାନ୍ତି ।ଏହାକୁ ନେଇ ଜନସାଧାରଣଙ୍କ ପାଖରେ ଅପଦସ୍ତ ହେଉଛନ୍ତି ବିଧାୟକମାନେ । ବର୍ଷ ବର୍ଷ ଧରି ଫାଇଲ ନାଲି ଫିତାତଳେ ବଂନ୍ଧା ହୋଇପଡିଛି ।ଏଭଳି ସଂଙ୍ଗୀନ ଅଭିଯୋଗ କରିଛନ୍ତି ବିଧାୟକ । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀଯୁକ୍ତ ନବ ଚରଣ ମାଝୀ । ତାଙ୍କର ବିଧାୟକ ଅନୁଦାନ ପାଣ୍ଠି, ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକ ତଥା ୧୩୦ରୁ ଉର୍ଦ୍ଧ୍ବ ଫାଇଲ ଜିଲ୍ଲା ଯୋଜନା ବିଭାଗ କାର୍ଯ୍ୟାଳୟ ୨୦୨୦/୨୧ରୁ ପଡ଼ି ରହିଛି । ବିଧାୟକ ୩/୪ ଥର ଡିଆରଡିଏ କାର୍ଯ୍ୟାଳୟ ଯାଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ,ଅନୁରୋଧ କଲେ ମଧ୍ୟ ଫାଇଲ ଇଞ୍ଚେ ମଧ୍ୟ ଘୁଞ୍ଚୁ ନାହିଁ । ଏଥିରେ ଅସହାୟ ହୋଇ ପଡିଛନ୍ତି ।ତାଙ୍କ ନିର୍ବାଚନ ମଣ୍ଡଳୀର କାର୍ଯ୍ୟଗୁଡ଼ିକ ହୋଇ ପାରୁନାହିଁ । ଯେଉଁଠି ଯେଉଁ ଟି କାମ ହେବା କଥା କାମ କରି ପାରୁ ନାହାଁନ୍ତି ।ଅଂଚଳର ବିକାଶ ରଥକୁ ସେ ଆଗେଇ ପାରୁ ନାହାଁନ୍ତି । ଲୋକମାନେ ବିଧାୟକଙ୍କ ପାଖରେ ଅଭିଯୋଗ କଲେ ସେ ପ୍ରଶାସନର ଅଣଦେଖା ନୀତି ଯୋଗୁଁ ସେ ସଠିକ୍ ଉତ୍ତର ଦେଇ ପାରୁ ନାହାଁନ୍ତି ।ବାଧ୍ୟ ହୋଇ ୧୨/୦୯/୨୨ ତାରିଖ ଦିନ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜନଶୁଣାଣୀରେ ଭାଗ ନେଇ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲାପାଳ ବିଭାଗୀୟ ଅଧୀକାରୀ ତଥା ରାଇରଙ୍ଗପୁର ଆଇଟିଏ ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ ସିଂଙ୍କୁ ଶିଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More