ନବରଙ୍ଗପୁର-(ସଂଘର୍ଷ ମିଡିଆ ): – ସରକାରଙ୍କ ଅନେକ ଜନହିତକର ଯୋଜନା କଲେ ମଧ୍ୟ ପ୍ରକୁତ ହିତାଧିକାରୀଙ୍କୁ ମିଳି ପାରୁନି ସୁବିଧା l ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ନୀଳାଦ୍ରିଗୁଡା ଗାଁରେ l ଏହି ଗାଁରେ ବାସକରନ୍ତି କୁସୁମା ମାଝୀ l ଚାରି ପ୍ରାଣୀକୁ ନେଇ ତାଙ୍କ ପରିବାର ଦୁଇଟି ଝିଅ ଓ ଗୋଟିଏ ପୁଅକୁ ନେଇ ଚାଲିଛି ତାଙ୍କ ସଂସାର l ଗତ ୧୩/୦୩/୨୦୨୩ ରେ ସ୍ୱାମୀ ନରସିଂ ମାଝୀ ଅlରପାରୀକୁ ଚାଲିଗଲେ l ପଛରେ ଛାଡିଗଲେ ସ୍ତ୍ରୀ ଓ ତିନି ପୁଅ ଝିଅକୁ l ବଡ଼ ଝିଅ କୁ ୮ ବର୍ଷ ହୋଇଥିବା ବେଳେ ପୁଅକୁ ୬ ବର୍ଷ ଓ ଛୋଟ ଝିଅକୁ ୧ ବର୍ଷ ଫଳରେ ଛୋଟ ଛୋଟ ପୁଅଝିଅଙ୍କୁ ଛାଡି କୁଲିମଜୁରୀ କରିବାକୁ ଜାଇ ପାରୁନାହାନ୍ତି କୁସୁମା ମାଝୀ l ବିଧବା ହୋଇ ନ ମାସ ହୋଇ ବିତିଯାଇଥିଲେ ମଧ୍ୟ ବିଧବା କୁସୁମା ମାଝିଙ୍କୁ ବିଧବା ଭତ୍ତା ମିଳି ନାହିଁ l ତାଙ୍କ କହିବା ଅନୁସାରେ ଦୁଇରୁ ତିନି ଥର ଆବେଦନ କଲାପରେ ବି କୌଣସି ସୁଫଳ ପାଇନାହାନ୍ତି l ଗୋଟିଏ ଚାଳଘରେ ରହି ଭୋକ ଉପାସରେ ଜୀବନ ବିତାଉ ଥିବା ଅନାଥ ପରିବାରକୁ ଖଣ୍ଡେ ପକ୍କା ଘର ଓ ବିଧବା ଭତ୍ତା ଯୋଗାଇ ଦେବା ପାଇଁ ସରକାର ପାଖରେ ଗୁହାରି କରିଛନ୍ତି l ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ଯୋଗାଇ ଦେବ ବିଧବା ଭତ୍ତା ଓ ପକ୍କା ଘର l ନବରଙ୍ଗପୁର ଜିଲ୍ଳାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l